24.1 C
Bhubaneswar
Tuesday, March 19, 2024
Homeଦେଶ ବିଦେଶସସପେନ୍ସ ଥ୍ରୀଲ ୱେବ୍ ସିରିଜ୍ ରେ ଆସୁଛନ୍ତି ସାମନ୍ଥା

ସସପେନ୍ସ ଥ୍ରୀଲ ୱେବ୍ ସିରିଜ୍ ରେ ଆସୁଛନ୍ତି ସାମନ୍ଥା

ବ୍ୟକ୍ତିଗତ ସମସ୍ୟାରୁ ବାହାରି ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଏବେ କ୍ୟାରିୟରକୁ ଫୋକସ କରୁଛନ୍ତି । ‘ପୁଷ୍ପା’ ଫିଲ୍ମର ଆଇଟମ୍ ଡ୍ୟାନ୍ସ ପାଇଁ ଚର୍ଚ୍ଚାରେ ଥିବା ସାମନ୍ଥା ପୁଣି ବଡ ପ୍ରୋଜେକ୍ଟ ପାଇଛନ୍ତି । ଫ୍ୟାମିଲି ମ୍ୟାନ୍‌ରେ ବେଶ ପ୍ରଶଂସା ସାଉଁଟିଥିବା ସାମନ୍ଥା ଫ୍ୟାମିଲି ମ୍ୟାନ୍ -୨ ପାଇଁ ଫେମ୍‌ ରାଜ ଏବଂ ଡି.କେ ଙ୍କ ସହ ହାତ ମିଳାଇଛନ୍ତି। ଏହି ବ୍ଲକବଷ୍ଟର ଯୋଡି ପୁଣି ଥରେ ସସପେନ୍ସ ଥ୍ରୀଲର୍ରେ ଏକ ୱେବ୍ ସିରିଜ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ୱେବ୍ ସିରିଜ୍ ସୁପରହିଟ୍ ଆମେରିକୀୟ ଗୁପ୍ତଚର ସିରିଜ୍ ସିଟାଡେଲର ଭାରତୀୟ ସ୍ପିନ୍ ଅଫ୍ର ହେବ। ଯେଉଁଥିରେ ସାମନ୍ଥା ମୁଖ୍ୟ ଭୂମିକାରେ ନଜର ଆସିବେ । ସବୁଠାରୁ ବଡ କଥା ହେଉଛି ଏହି ପ୍ରୋଜେକ୍ଟ ପାଇଁ ବଲିଉଡର ଏକ ହ୍ୟାଣ୍ଡସମ ଅଭିନେତା ବରୁଣ ଧାୱନକୁ ସାଇନ୍‌ କରାଯାଇଛି । ସିରିଜରେ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଥି ସହିତ ସାମନ୍ଥା ଏହି ଶୋ’ର ଇଣ୍ଡିଆନ୍ ସ୍ପିନ୍ ଅଫ୍ରେ ଦେଖିବାକୁ ମିଳିବେ। ଏହି ୱେବ୍ ସିରିଜ୍ ଆମାଜନ୍ ପ୍ରାଇମ୍ ରେ ରିଲିଜ୍‌ ହେବ । ଏହି ୱେବ୍ ସିରିଜ୍ଟି ୨୦୨୨ରେ ଆରମ୍ଭ ହେବ । ଏହା ପ୍ରଥମ ଥର ହେବ ଯେ ବରୁଣ ଧାୱନ ସାମନ୍ଥା ଦୁହେଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking