ଭୁବନେଶ୍ୱର : ଚଳିତ ବର୍ଷ ଏଯାଏଁ ୧୬ ଜିଲ୍ଲାରୁ ଆସିଛି ଅଂଶୁଘାତଜନିତ ସୂଚନା । ଅଂଶୁଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଅଂଶୁଘାତ ଓ ତାତି ଜନିତା ସମସ୍ୟା ପାଇଁ ୮୯ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନ୍ଦରଗଡରୁ ସର୍ବାଧିକ ୪୧, ଖୋର୍ଦ୍ଧାରୁ ୧୨, ଅନୁଗୁଳରୁ ୯ , ଝାରସୁଗୁଡାରୁ ୭, ସମ୍ବଲପୁରରୁ ୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।