27.1 C
Bhubaneswar
Saturday, May 31, 2025
Homeଦେଶ ବିଦେଶକାର ବୋମା ବିସ୍ଫୋରଣ: ୮ ମୃତ ୨୩ ଆହତ

କାର ବୋମା ବିସ୍ଫୋରଣ: ୮ ମୃତ ୨୩ ଆହତ

ବେରୁଟ: ରବିବାର ସକାଳେ ତୁର୍କୀ ସମର୍ଥକ ବାହିନୀ ଦ୍ୱାରା ଦଖଲ ହୋଇଥିବା ଉତ୍ତର ସିରିଆର ଏକ ବଜାରରେ କାର୍ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁଦ୍ଧ ମନିଟର ଏହି ସୂଚନା ଦେଇଛନ୍ତି।

ମାନବ ଅଧିକାର ପାଇଁ ସିରିଆର ଅବଜରଭେଟୋରୀ କହିଛି ଯେ ଆଲେପ୍ପୋ ପ୍ରଦେଶର ଆଜାଜର ଏକ ଜନଗହଳିପୂର୍ଣ୍ଣ ବଜାରର କେନ୍ଦ୍ର ସ୍ଥଳରେ ଏକ କାର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

ସିରିଆରେ ନେଟୱାର୍କ ଥିବା ବ୍ରିଟେନ ସ୍ଥିତ ଅବଜରଭେଟୋରୀ ,ସମ୍ପର୍କରେ ସୂଚନା ଦେଇଛି। ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking