30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ରାଜନୀତିରେ ଏବେ ପୁଣି ବିବାଦ ଆରମ୍ଭ ହୋଇଯାଇଛି । ୪୦ ବିଧାୟକଙ୍କ ମୋର୍ଚ୍ଚା ଖୋଲିବା ପରେ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହିତ ତାଙ୍କ ମନ୍ତ୍ରୀମଣ୍ଡଳ ବି ଇସ୍ତଫା ଦେଇଛନ୍ତି । ସେ ୨୦ ବିଧାୟକ ଓ ଅଧିକାଂଶ ପଂଜାବର ସାସଂଦଙ୍କ ସହିତ ରାଜଭବନ ପହଂଚିଥିଲେ ।  ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଇସ୍ତଫା ପରେ ସେ ସୂଚନା ଦେଇ କହିଛନ୍ତି, ଇସ୍ତ୍ରଫା ଦେବା ନେଇ ସୋନିଆ ଗାନ୍ଧୀଙ୍କୁ ଜଣାଇ ଦେଇଥିଲି । ଗତ ଦୁଇ ମାସ ମଧ୍ୟରେ ତୃତୀୟ ଥର ପାଇଁ ସିଏଲପି ଡକାଯାଇଥିଲା । ବିଧାୟକ ଦଳ ବୈଠକ ଡକାଯାଇ ମନଇଚ୍ଛା ମିଟିଂ କରାଯାଉଥିଲା । ଏସବୁ ନେଇ ଅପମାନିତ ହେବା ଅନୁଭବ କରିଥିଲି । ସେଥିପାଇଁ ଇସ୍ତଫା ଦେଉଥିବା କଥା ସୋନିଆଙ୍କୁ ଜଣାଇଥିଲି । ଇସ୍ତଫା ଦେଉଛି, ଯାହାକୁ ମୁଖ୍ୟମନ୍ତ୍ରୀ କରିବା କଥା କରନ୍ତୁ ବୋଲି କହିଥିଲି । ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ବି କଂଗ୍ରେସରେ ଅଛି । ସମର୍ଥକଙ୍କ ମତାମତ ନେଇ ପରବର୍ତୀ ପଦକ୍ଷେପ ନେବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking