31.1 C
Bhubaneswar
Monday, May 20, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧବିସ୍ଫୋରଣରେ ଥରୁଛି ୟୁକ୍ରେନ ରାଜଧାନୀ

ବିସ୍ଫୋରଣରେ ଥରୁଛି ୟୁକ୍ରେନ ରାଜଧାନୀ

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । କ୍ଷୁଦ୍ର ରାଷ୍ଟ୍ର ୟୁକ୍ରେନ ଉପରେ ଆକାଶମାର୍ଗରୁ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଶକ୍ତଶାଳୀ ରାଷ୍ଟ୍ର ଋଷ । ଘେରାବନ୍ଦୀ କରି ଋଷ ସେନା ଘନଘନ ବିସ୍ଫୋରଣ କରୁଛି । କିଛି ସମୟ ନିରବତା ପରେ ପୁଣି ୟୁକ୍ରେନ ଉପର ଗର୍ଜିଛି ଋଷିଆ । ୟୁକ୍ରେନର ରାଜଧାନୀ କିଭର ଶୁଲ୍ୟାବକା ଓ ବେରେଷ୍ଟିସ୍କାରେ ମେଶିନ ଗନରୁ ଗୁଳି ବର୍ଷଣ କରାଯାଇଥିବା ଖବର ଆସିଛି ।

ୟୁକ୍ରେନରେ ଯୁଦ୍ଧର ତୃତୀୟ ଦିନରେ ଋଷିଆ ପକ୍ଷରୁ ସକାଳୁ ସକାଳୁ ଶୁଲ୍ୟାବକାର ସିଟିଜୁ ନିକଟରେ ୫୦ରୁ ଅଧିକ ବିସ୍ଫୋରଣ ହେବା ସହ ମେଶିନ ଗନରୁ ଫାୟାରିଂ ହୋଇଥିବା କୁହାଯାଉଛି । ଏଥିରେ ରାଜଧାନୀ କିଭ ସଂପୂର୍ଣ୍ଣ ଭାବେ ଦୋହଲି ଯାଇଥିବା କୁହାଯାଇଛି । ଗୋଟିଏ ପଟେ ଋଷିଆର ଘନଘନ ଆକ୍ରମଣ ଓ ଅନ୍ୟପଟେ ୟୁକ୍ରେନ ଭୁଶୁଡି ପଡିବାର ଚିତ୍ର ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ବହୁ ଚେଷ୍ଟା ପରେବି ଋଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଏପର୍ଯ୍ୟନ୍ତ ବନ୍ଦ କରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking