18.1 C
Bhubaneswar
Sunday, February 8, 2026
Homeଓଡିଶାକୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଅନୁଷ୍ଠିତ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଅନୁଷ୍ଠିତ

ଭୁବନେଶ୍ୱର : କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର ଏବଂ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI) ର ମିଳିତ ଆନୁକୂଲ୍ୟରେ ଅପ୍ରେଲ ୨୨-୨୩ ତାରିଖରେ ସରକାରୀ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ, କୃଷି ନୀତି ନିର୍ଦ୍ଧାରଣରେ ପରିବର୍ତ୍ତନର ଆବଶ୍ୟକ ରହିଛି l ଆଜିର ସମୟରେ ଡାଟା ହେଉଛି ନୂତନ ମୁଦ୍ରା ଭଳି । ଏହାର ସଦୁପଯୋଗ କରି ନୂତନ କୃଷିନୀତି ନିର୍ଦ୍ଧାରଣ କରିପାରିଲେ ଏହା ଆମ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧିରେ ସହାୟକ ହେବ l ଅତିରିକ୍ତ ଶାସନ ସଚିବ ଶୁଭ୍ରାଂଶୁ ମିଶ୍ର ପରିଚାଳନାରେ ତଥ୍ୟର ମୂଲ୍ୟ ଉପରେ ଆଲୋକପାତ କରି କହିଲେ, “ସଠିକ ସୂଚନା ସଂଗ୍ରହ କରିବା ହେଉଛି ସମସ୍ୟା ସମାଧାନ କରିବାର ଚାବିକାଠି। ଦକ୍ଷତା ବୃଦ୍ଧି କରିବା ପାଇଁ ଡାଟା ଅତ୍ୟାବଶ୍ୟକ ଏବଂ ଏହି ପ୍ରଶିକ୍ଷଣ ଅଧିକ ପ୍ରଭାବଶାଳୀ, ପ୍ରମାଣ ଭିତ୍ତିକ ନିଷ୍ପତ୍ତି ନେବାରେ ସହାୟକ ହେବ । କୃଷି ଏବଂ ଭୂସ୍ଥାନିକ ଡାଟାସେଟ୍‌ଗୁଡ଼ିକୁ ବୁଝିବା, ବିଭିନ୍ନ କୃଷିଭିତ୍ତିକ ଯୋଜନାର ମନିଟରିଂ ଫ୍ରେମୱାର୍କ ଡିଜାଇନ୍ କରିବା, ପରୀକ୍ଷାମୂଳକ ଏବଂ ଅର୍ଦ୍ଧ-ପରୀକ୍ଷାମୂଳକ ପଦ୍ଧତି ବ୍ୟବହାର କରି କାର୍ଯ୍ୟକ୍ରମଗୁଡ଼ିକର ମୂଲ୍ୟାଙ୍କନ କରିବା ଏବଂ ସାଟେଲାଇଟ୍ ତଥ୍ୟର ଯୋଜନାରେ ଉପଯୋଗ ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା l

ଏହି କର୍ମଶାଳା ଓଡ଼ିଶା ସରକାର ଏବଂ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଦୃଢ଼ ଏବଂ ନିରନ୍ତର ସହଯୋଗ ଉପରେ ପରିବେଷ୍ଟିତ, ଯାହା ୨୦୨୨ ମସିହାରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ସହିତ ଆରମ୍ଭ ହୋଇଥିଲା। ଏହି ସହଭାଗୀତା ସୂଚକଗୁଡ଼ିକର ବିକାଶ, ନୀତି ପ୍ରସାର ଏବଂ ଆନୁଷ୍ଠାନିକ ସୁଦୃଢ଼ୀକରଣ ଉପରେ ପର୍ଯ୍ୟବସିତ, ଯାହା ଓଡ଼ିଶାର କୃଷି କ୍ଷେତ୍ରରେ ବୈପ୍ଲବୀକ ପରିବର୍ତ୍ତନ ଆଣିବାରେ ସହାୟକ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking