ରାମନାଗୁଡା : ଗଳାକର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୁଣ୍ଡିଢାମୁଣୀ ପଞ୍ଚାୟତର କରଡା ଗ୍ରାମରେ ରହୁଥିବା ଦୀନବନ୍ଧୁ କଣ୍ଡାଗରୀଙ୍କ ଝିଅ ରୁନି କଣ୍ଡାଗରୀ । ପାଠପଢିବା ବୟସରେ ଯନ୍ତ୍ରଣା ଯୋଗୁଁ ପରିବାର ଲୋକ ଦିଗହରା ହୋଇପଡିଛନ୍ତି । ଭଲପାଠପଢି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ପାଇଁ ଆଗକୁ ଅନେକ ସ୍ୱପ୍ନ ଦେଖିଥିଲେ ରୁନି । ଗଳାକର୍କଟ ରୋଗ ରୁନିଙ୍କ ସବୁ ସ୍ୱପ୍ନକୁ ଏବେ ଛାରଖାର କରିଦେଇଛି । ମାଟ୍ରିକ ପାସ୍ କରିବା ପରେ +୨କଳାରେ କିସ(କଳିଙ୍ଗ ଇନଷ୍ଟିଚ୍ୟୁଟ ସୋସିଆଲ ସାଇନ୍ସ)ରେ ନାମ ଲେଖାଇଥିଲେ ରୁନି । ସେ ଅସୁସ୍ଥ ହେବାରୁ ପ୍ରଥମେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟବସ୍ତାରେ ଅବନତି ଦେଖାଦେବା ପରେ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଗଳାରେ କର୍କଟ ରୋଗ ଲକ୍ଷଣ ଦେଖାଦେଇଥିଲା । ଏବେ ରୁନିକୁ ବିଶାଖାପାଟଣାର କେଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରୁନିଙ୍କ ବାପା ଜଣେ ଦିନମଜୁରିଆ ହୋଇଥିବାରୁ ନିଜସ୍ୱ ଖର୍ଚ୍ଚରେ ଝିଅର ଚିକିତ୍ସା କରାଇଥିଲେ । ଏବେ ରୁନିଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଢୁଥିବାରୁ ଏବେ ରୁନିଙ୍କ ବାପାଙ୍କ ନିକଟରେ ଅର୍ଥ ବାଧ୍ୟକ ସାଜିଛି । ଏବେ ରୁନିଙ୍କ ବାପାଙ୍କ ସରକାରୀ ସହାୟତାରେ ରହିଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା କାର୍ଡ ରହିଥିବା ବେଳେ ସେହି କାର୍ଡ଼ରେ ଏଠାରେ କାର୍ଯ୍ୟ କରିବନାହିଁ ଡାକ୍ତରଖାନାରେ ଜଣାପଡିବା ପରେ ଏବେ ଝିଅର ଚିକିତ୍ସା କିପରି କରିବେ ତାକୁ ନେଇ ସେ ଭାଙ୍ଗି ପଡିଛନ୍ତି । ଝିଅର ଚିକିତ୍ସା ପାଇଁ ୨ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଏତେ ଟଙ୍କା ସେକେଉଁଠୁ ଆଣିବେ ସେଥିପାଇଁ ସେ କୌଣସି ସହୃଦୟ ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଯଦି କୌଣସି ସହୃଦୟବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥିଲେ ରୁନିଙ୍କ ଫୋନ ପେ ନମ୍ବର ୮୭୬୩୬୨୩୩୯୯ରେ ଆର୍ôଥକ ସାହାଯ୍ୟ ପଠାଇବାକୁ ସେ ନିବେଦନ କରିଛନ୍ତି ।