ଚଣ୍ଡୀଗଡ: ଭାରତରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଦେଶ ଖାଲିସ୍ତାନ ଦାବି କରୁଥିବା ଅମ୍ରିତପାଲ୍ ସିଂ ମାମଲାରେ ପଞ୍ଜାବ ପୁଲିସର ସମସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ପୂର୍ବରୁ ଯେଉଁମାନେ ଛୁଟି ନେଇଥିଲେ ସେମାନଙ୍କର ଛୁଟି ବି ବାତିଲ କରାଯାଇଥିବା ପଞ୍ଜାବ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଖାଲିସ୍ତାନ ସମର୍ଥକ ଅମ୍ରିତ୍ପାଲ ଏକ ଘଟଣାରେ ଥାନା ଉପରେ ଆକ୍ରମଣ କରି ତାହାର ସାହଯୋଗୀମାନଙ୍କୁ ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା । ସଶସ୍ତ୍ର ଭାବେ ସେମାନେ ଥାନା ଉପରେ ଆକ୍ରମଣ କରିଥିବାର ଭିଡିଓ ଭାଇରାଲ୍ ହୋଇଥିଲା ।
ଏହି ମାମଲାରେ ପଞ୍ଜାବ ପୋଲିସ ତାକୁ ଗିରଫ କରିବା ପାଇଁ ଯାଇଥିବା ବେଳେ ସେ ଫେରାର ହୋଇଯାଇଥିଲା । ଅମ୍ରିତପାଲ୍ର ୪ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ଆସାମର ଗୌହାଟୀ ସ୍ଥାନାନ୍ତର କରାଯାଇଛି । ଅମ୍ରିତ ପାଲ୍ ଚୁଟି କାଟିବା ସହ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଏବେ ପଞ୍ଜାବ ପୋଲିସ ମହାନିର୍ଦେଶକଙ୍କ ନିର୍ଦ୍ଦେଶରେ ସମସ୍ତ ପ୍ରକାରରର ଛୁଟି ବାତିଲ କରାଯାଇଥିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଅମ୍ରିତପାଲ୍ ମାମଲାରେ ପୋଲିସ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।