17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଆତଙ୍କୀ ପନ୍ନୁକୁ କାନାଡାର ଚେତାବନୀ; ଘୃଣା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ଦେଶରେ ସ୍ଥାନ ନାହିଁ

ଆତଙ୍କୀ ପନ୍ନୁକୁ କାନାଡାର ଚେତାବନୀ; ଘୃଣା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ଦେଶରେ ସ୍ଥାନ ନାହିଁ

ଅମୃତସର: କାନାଡା ପ୍ରତିରକ୍ଷା ମନ୍ତ୍ରୀ ଡୋମିନିକ୍ ଲୋବଲାଙ୍କ ଖଲିସ୍ତାନୀ ସମର୍ଥକ ତଥା ଶିଖ୍ ଫର୍ ଜଷ୍ଟିସ୍ (ଏସ୍‌ଏଫ୍‌ଜେ)ର ମୁଖ୍ୟ ଆତଙ୍କୀ ଗୁରପତୱନ୍ତ ସିଂହ ପନ୍ନୁକୁ ଚେତାବନୀ ଦେଇ କହିଛନ୍ତି, ଘୃଣାର ପ୍ରଚାର କରୁଥିବା ବ୍ୟକ୍ତିଙ୍କର କାନାଡାରେ ସ୍ଥାନ ନାହିଁ । ଦୁଇଦିନ ତଳେ ପନ୍ନୁ ଏକ ଭିଡିଓ ଜାରୀକରି ଭାରତୀୟ ମୂଳ ହିନ୍ଦୁଙ୍କୁ କାନାଡା ଛାଡ଼ି ଫେରିଯିବାକୁ ଧମକ ଦେଇଥିଲା । ଭିଡିଓରେ ପନ୍ନୁ କହିଥିଲା ଭାରତ ହିନ୍ଦୁଙ୍କ ଦେଶ ଏବଂ ସେମାନେ କାନାଡା ଛାଡ଼ି ଭାରତ ଫେରିଯାଆନ୍ତୁ । ଖଲିସ୍ତାନ ସମର୍ଥକ ଶିଖ୍ ହିଁ କେବଳ କାନାଡାରେ ରହିବେ । ଭିଡିଓ ଭାଇରାଲ୍ ହେବାପରେ ପ୍ରତିରକ୍ଷା ମନ୍ତ୍ରୀ ଡୋମିନିକ୍ କହିଛନ୍ତି, ସମସ୍ତ କାନାଡା ନାଗରିକ ଭାଇଚାରା ମଧ୍ୟରେ ସୁରକ୍ଷିତ ଅନୁଭବ କରିବାକୁ ହକ୍‌ଦାର ।

କାନାଡା ନିବାସୀ ହିନ୍ଦୁଙ୍କୁ ଟାର୍ଗେଟ୍ କରୁଥିବା ଭିଡିଓ କାନାଡା ସିଦ୍ଧାନ୍ତର ପରିପୂରକ । ଆକ୍ରମଣ, ଘୃଣା, ଭୟଭୀତ କରିବା କିମ୍ବା ଭୟର ପରିବେଶ ସୃଷ୍ଟି କରୁଥିବା କାର୍ଯ୍ୟର ଏଠାରେ କୌଣସି ସ୍ଥାନ ନାହିଁ । ଏହି ବୟାନ ଜାରୀକରି କାନାଡା ସରକାର ପନ୍ନୁକୁ ଚୁପ୍ ରହିବାକୁ ଚେତାବନୀ ଦେଇଛନ୍ତି । କାନାଡା ପ୍ରତିରକ୍ଷା ମନ୍ତ୍ରୀଙ୍କ ବ୍ୟତୀତ ଶିଖ୍ ସାଂସଦ ଏବଂ ମନ୍ତ୍ରୀ ହରଜିତ୍ ସଜ୍ଜନ ମଧ୍ୟ ଏହି ଭିଡିଓର ନିନ୍ଦା କରିଛନ୍ତି । ସେ କହିଛନ୍ତି ହିନ୍ଦୁଙ୍କୁ ଦେଶ ଛାଡ଼ିବା ପାଇଁ କହିବା ସ୍ୱାଧୀନତା ଏବଂ ଦୟାଳୁ ଭାବର ପ୍ରତୀକ ନୁହେଁ ।

ଅନ୍ୟପକ୍ଷରେ ଏହି ଭିଡିଓ ଜାରୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାନାଡା ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କାନାଡିୟାନ୍ ହିନ୍ଦୁଜ୍ ପର୍ ହରମୋନୀ ସଂଗଠନ ଦାବି କରିଛି । ସରକାର ଅଭିଯୁକ୍ତ ବିରୋଧରେ ହେଟ୍ କ୍ରାଇମ୍ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରୁନାହାନ୍ତି ବୋଲି ସଂଗଠନ ପ୍ରଶ୍ନ କରିଛି । ସଂଗଠନ ଆତଙ୍କୀ ପନ୍ନୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking