28.8 C
Bhubaneswar
Friday, June 19, 2026
Homeଓଡିଶାବଦଳିପାରେ ମୋ ବସ ନାଁ

ବଦଳିପାରେ ମୋ ବସ ନାଁ

ଭୁବନେଶ୍ୱର : ମୋ’ ବସର ନାମ ପରିବର୍ତ୍ତନ ହୋଇ ଆମ ବସ ହୋଇପାରେ। ମୁଁ କିମ୍ୱା ମୋ’ ଶବ୍ଦ ଦ୍ୱାରା କିଛି ହୁଏ ନାହିଁ। ଆମ ସରକାର ଏବଂ ଲୋକଙ୍କ ସରକାର । ତେଣୁ ‘ଆମ ବସ୍‌’ ନାଁ ରହିଲେ ଭଲ ହେବ। ଏଭଳି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଆଜି ମାଷ୍ଟରକ୍ୟାଣ୍ଟିନଠାରୁ ମୋ’ ବସ୍‌ରେ ମନ୍ତ୍ରୀ ପ୍ରେସ ଛକ ଯାଏ ଯାତ୍ରା କରିଥିଲେ। ଏହି ସମୟରେ ସେ ଯାତ୍ରୀଙ୍କ ସମେତ ଷ୍ଟାଫଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।ଲକ୍ଷ୍ମୀ ବସ୍‌ର ନାମ ଓ ରଙ୍ଗ ବଦଳିବା ପ୍ରସଙ୍ଗରେ ସେ କହିଛନ୍ତି, ପ୍ରଥମେ ‘ମୋ ବସ୍‌’ର ବ୍ୟବସ୍ଥା ବଦଳିବ। ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୋ’ ବସ୍‌ର ନାମ ଓ ରଙ୍ଗ ବଦଳିବ। ମୋ’ ବସ୍‌ ସେବା ଭଲ ଅଛି। କିନ୍ତୁ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ଅଛି। ଯାତ୍ରୀଙ୍କ ଅଧିକ ବସ୍‌ ପାଇଁ ଦାବି କରୁଥିବା ବେଳେ ତାହାକୁ ପୂରଣ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଶହ ବିଦ୍ୟୁତ ଚାଳିତ ବସ୍‌ ଓଡିଶାକୁ ଦେଉଛନ୍ତି। ଅତି ଶୀଘ୍ର ତାହା ଓଡ଼ିଶାରେ ପହଞ୍ଚିବ । ସେଥି ମଦ୍ୟରୁ ଭୁବନେଶ୍ୱର ଓ କଟକ ପାଇଁ ଶହେ ଲେଖାଏଁ ବସ୍ ରହିବ । ଅବଶିଷ୍ଟ ବସ୍‌ଗୁଡ଼ିକୁ ଅନ୍ୟାନ୍ୟ ସହର ପାଇଁ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking