ଦେବଗଡ: ଆଜି ଦେବଗଡ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକର । କୃଷକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ୨୦୨୧-୨୨ ଖରିଫ ଋତୁ ମରୁଡ଼ି ବୀମା ରାଶି ପ୍ରଦାନ ଦାବିରେ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ କୃଷକ ମାନେ ରାସ୍ତା ଅବରୋଧ କରିବା ଯାତାୟତକୁ ଠପ୍ କରିବା ସହ ଅନ୍ଦୋଳନ ଜାରି ରଖିଛନ୍ତି।
ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ପାଳନ କରାଯିବ। ସୂଚନା ମୁତାବିକ, ଦେବଗଡ଼ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ କୃଷକମାନେ ରାସ୍ତାରୋକ କରିବା ସହ ପିକେଟି ଜାରି ରଖିଛନ୍ତି। ଫଳରେ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିସହିତ ନୀଳବେର୍ଣ୍ଣୀ ସାହି ବାଇପାସ ଛକଠାରେ ରାସ୍ତା ଅବରୋଧ କରି ଚକଅଖ ଠପ୍ କରି ଦେଇଛନ୍ତି କୃଷକ ସଂଘ।