31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଭାରତରେ ପହଞ୍ଚିଲା ସି-୨୯୫ ପରିବହନ ବିମାନ

ଭାରତରେ ପହଞ୍ଚିଲା ସି-୨୯୫ ପରିବହନ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ଉଦ୍ଦିଷ୍ଟ ସି-୨୯୫ ପରିବହନ ବିମାନ ବୁଧବାର ଗୁଜରାଟର ଭଦୋଦରା ବାୟୁସେନା ଘାଟିରେ ଅବତରଣ କରିଛି । ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିବେକରାମ ଚୌଧୁରୀ ଆନୁଷ୍ଠାନିକଭାବେ ଏହି ବିମାନ ଗ୍ରହଣ କରିଛନ୍ତି । ଚଳିତମାସ ୧୩ରେ ସ୍ପେନ୍‌ର ସାନ୍ ପାବ୍‌ଲୋ ବାୟୁସେନା ଘାଟିରେ ଆୟୋଜିତ ଉତ୍ସବରେ ସି-୨୯୫ ବିମାନର ଚାବି ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା । ଏୟାରବସ୍ କମ୍ପାନୀ ଦ୍ୱାରା ନିର୍ମିତ ଏହି ବିମାନ ସାମିଲ ହେବାଫଳରେ ବାୟୁସେନାର ପରିବହନ କ୍ଷମତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଭାରତୀୟ ବାୟୁସେନା ଓ ଏୟାରବସ୍ ପାଇଲଟ୍ ମିଳିତଭାବେ ଏହି ବିମାନ ଉଡାଇ ଭାରତରେ ପହଞ୍ଚିଛନ୍ତି । ବର୍ତ୍ତମାନ ସି-୨୯୫ ବିମାନ ଆସିବାପରେ ଷାଠିଏ ଦଶକର ଆଭ୍ରୋ ପରିବହନ ବିମାନକୁ ହଟାଇ ଦିଆଯିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ଚଳିତମାସ ୨୫ରେ ହିଣ୍ଡନ୍ ବାୟୁସେନା ଘାଟିରେ ଏକ ଉତ୍ସବ ଆୟୋଜିତ ହୋଇ ସି-୨୯୫ ବିମାନକୁ ଆନୁଷ୍ଠାନିକଭାବେ ବାୟୁସେନାରେ ସାମିଲ କରାଯିବ । ଭାରତକୁ ଏଭଳି ୫୬ଟି ବିମାନ ଯୋଗାଇବାକୁ ଏୟାରବସ୍ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking