34.1 C
Bhubaneswar
Wednesday, May 1, 2024
Homeଓଡିଶାସକାଳ ୮ ଟା ୩୦ ସୁଦ୍ଧା ସବୁଠାରୁ ଉତ୍ତପ୍ତ ସହର ତାଳଚେର

ସକାଳ ୮ ଟା ୩୦ ସୁଦ୍ଧା ସବୁଠାରୁ ଉତ୍ତପ୍ତ ସହର ତାଳଚେର

ଭୁବନେଶ୍ବର : ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ ୩୫.୮ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ଅନୁଗୁଳ ଓ ବାଲେଶ୍ବରରେ ୩୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଜଗତସିଂହପୁର ୩୪ .୮ ଡିଗ୍ରୀ, ଭବାନୀପଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦ ଓ ରାଉରକେଲା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର:୩୩.୪, ସମ୍ବଲପୁର:୩୩.୨, ଟିଟିଲାଗଡ଼:୩୩.୨ , କଟକ:୩୩, ଝାରସୁଗୁଡା: ୩୨.୬, କେନ୍ଦୁଝର:୩୨.୬, ଭଦ୍ରକ: ୩୨.୫ପ୍ସ, ପୁରୀ:୩୨.୪, ବୌଦ୍ଧ:୩୨ ଡିଗ୍ରୀ ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking