31.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶନେପାଳରେ ରାସ୍ତା ତଳକୁ ଖସିଲା ବସ; ୬ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ନେପାଳରେ ରାସ୍ତା ତଳକୁ ଖସିଲା ବସ; ୬ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

କାଠମାଣ୍ଡୁ: ନେପାଳରେ ଭୟଙ୍କର ସଡକ ଦୁର୍ଘଟଣା । ଭାରତୀୟ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତାରୁ ୫୦ ମିଟର ତଳକୁ ଖସିଲା ବସ । ୭ ଜଣ ଭାରତୀୟଙ୍କ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ନେପାଳର ବାରା ଜିଲ୍ଲାରେ ଆଜି(ଗୁରୁବାର) ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ୬ ମୃତକ ରାଜସ୍ଥାନର ହୋଇଥିବା ବେଳେ ଜଣେ ମୃତକ ନେପାଳର ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସଡ଼କ ଦୁର୍ଘଟଣା ଘଟିଥିଲା । ପୋଲିସର କହିବା ଅନୁଯାୟୀ, ଏକ ତୀର୍ଥଯାତ୍ରୀ ବସ୍ କାଠମାଣ୍ଡୁରୁ ଜନକପୁର ଅଭିମୁଖେ ଯାତ୍ରା କରୁଥିଲା । ଯେଉଁଥିରେ ସମସ୍ତ ଯାତ୍ରୀ ଭାରତୀୟ ଥିଲେ । ବାରା ଜିଲ୍ଲାର ଚୁରିଆମାଇରେ ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାର ଶିକାର ହୋଇଥିଲା । ବସ୍ରେ ଡ୍ରାଇଭର ଓ ହେଲ୍ପରଙ୍କୁ ମିଶାଇ ମୋଟ ୨୭ ଜଣ ଯାତ୍ରୀ ଥିଲେ । ବସ୍ଟି ଜନକପୁର ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ରାସ୍ତାର ୫୦ ମିଟର ତଳକୁ ଥିବା ଏକ ନଦୀ କୂଳରେ ଖସିପଡ଼ିଥିଲା ।

ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିବା ବେଳେ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୭ଜଣ ମୃତକଙ୍କ ମଧ୍ୟରୁ ୬ ଜଣ ରାଜସ୍ଥାନର ହୋଇଥିବା ବେଳେ ଜଣେ ନେପାଳର । ବସ୍ରେ ଦୁଇଜଣ ଡ୍ରାଇଭର ଏବଂ ଜଣେ ହେଲପରଙ୍କ ସମେତ ମୋଟ ୨୭ ଜଣ ଯାତ୍ରୀ ଥିବା ଡେପୁଟି ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି । ମୃତକଙ୍କ ନାମ ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇ ନାହିଁ । ଜୁଲାଇ ୫ ତାରିଖରେ ତୁର୍କୀରେ ଏକ ସଡ଼କ ଦୁର୍ଘଟଣାରେ ୪ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ସମସ୍ତ ମୃତକ ଗୁଜୁରାଟର ହୋଇଥିବା ନେଇ ସୂଚନା ମିଳିଥିଲା । ମୃତକଙ୍କ ମଧ୍ୟରେ ଦୁଇ ଛାତ୍ରୀ ମଧ୍‌ଯ ରହିଥିଲେ । ପୋରବନ୍ଦରର ଦୁଇ ଛାତ୍ର, ବନାସକାନ୍ତର ଓ ଭଦୋଦରାରୁ ଦୁଇ ଛାତ୍ରୀ ରହିଥିଲେ । ମୃତ ଛାତ୍ରଛାତ୍ରୀ ହୋଟେଲ ମ୍ୟାନେଜମେଣ୍ଟ ପଢିବା ପାଇଁ ତୁର୍କୀ ଯାଇଥିଲେ । ଛୁଟି କାଟିବା ପାଇଁ ଏକ କାରରେ ସେମାନେ ପରିଭ୍ରମଣରେ ବାହାରିଥିଲେ । ତୁର୍କୀର କିରେନିଆ ନିକଟରେ ତାଙ୍କ କାର ସହ ଅନ୍ୟ ଏକ କାର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଛାତ୍ରୀଙ୍କୁ ମିଶାଇ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking