ବାଂଲାଦେଶ: ବାଂଲାଦେଶର ସବୁଠୁ ବଡ଼ ହୋଲସେଲ୍ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଢାକାସ୍ଥିତ ବଙ୍ଗାବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୬ରୁ ଅଧିକ କୋଠା ଏବଂ ଆଖପାଖର ଆବାସିକ ଅଞ୍ଚଳରେ ନିଆଁ ବ୍ୟାପିଯାଇଥିବା ଅଧିକାରୀମାନେ କହିଛନ୍ତି। କୁହାଯାଉଛି କି, ବଜାରରେ ୬ ହଜାରରୁ ଅଧିକ ଦୋକାନ ଘର ରହିଛି। ଅଗ୍ନିଶମ ଅଧିକାରୀମାନେ କହିଛନ୍ତି, ବଜାରରେ ଅଗ୍ନିନିର୍ବାପକ ଯନ୍ତ୍ର କି ନିଆଁ ଲିଭାଇବା ପାଇଁ କୌଣସି ମାଧ୍ୟମ ନାହିଁ। କିଛି ଦୋକାନ ମାଲିକଙ୍କ କହିବା ହେଲା, ନିଅାଁ ଲାଗିବା ପୂର୍ବ ଯୋଜନା ମୁତାବକ ଥିଲା। ତେଣୁ ସେମାନେ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି।