ନୂଆଦିଲ୍ଲୀ:ଭାରତୀୟ ଟିମର ଦ୍ରୂତ ବୋଲର ଯଶପ୍ରୀତ ବୁମରାଙ୍କ ଫିଟନେସକୁ ନେଇ ଏକ ବଡ଼ ଅପଟେଡ ସାମ୍ନାକୁ ଆସିଛି। ବୁମରା ଦୀର୍ଘ ସମୟ ହେଲା ଦଳରୁ ବାହାରେ ଅଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଉତ୍ସାହର ସହିତ ଆଇପିଏଲ-୨୦୨୩କୁ ଅପେକ୍ଷା କରିଛନ୍ତି। ଫ୍ୟାନମାନେ ଚାହୁଁଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ବିଜୟ ଟ୍ରାକକୁ ଫେରୁ। ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ ଟାଇଟଲ ଜିତିଛି। କିନ୍ତୁ ଗତ ୨ ସିଜନରେ ଦଳ ପାଇଁ ଭଲ ଫଳାଫଳ ମିଳିନାହିଁ। ତେବେ ଏଭଳି ଖବର ଆସିଛି ଯେ, ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ନିରାଶ ହେବେ। ଖବର ଏତେ ବଡ଼ ଯେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଦଳର ବିଜୟ ଏବଂ ପରାଜୟ ମଧ୍ୟରେ ଏହା ପାର୍ଥକ୍ୟ ସୃଷ୍ଟି କରିପାରେ।
ଖବର ରହିଛି ଯେ, ଏହି ସିଜନରେ ଯଶପ୍ରିତ ବୁମରା ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇପାରିବେ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସର ଫାଷ୍ଟ ବୋଲର ବୁମରା ଆହତ ହୋଇଥିବା କାରଣରୁ ଆଇପିଏଲ ୨୦୨୩ରୁ ଦୂରେଇ ରହିପାରନ୍ତି। ଯଦିଓ ବୁମରା ଆଘାତରୁ ସୁସ୍ଥ ହୋଇଛନ୍ତି ଏବଂ ଦଳକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ରିପୋର୍ଟ ଅନୁସାରେ ତାଙ୍କର ନ ଖେଳିବା ଆଶଙ୍କା ଅଧିକ ରହିଛି।