37.1 C
Bhubaneswar
Saturday, May 18, 2024
Homeଖେଳସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ବୁମରା ପ୍ରସ୍ତୁତ, ଶାମିଙ୍କ ଆହତ ସମସ୍ୟାକୁ ନେଇ...

ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ବୁମରା ପ୍ରସ୍ତୁତ, ଶାମିଙ୍କ ଆହତ ସମସ୍ୟାକୁ ନେଇ ଚିନ୍ତାରେ ଟିମ୍‌

ବ୍ୟୁରୋ : ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯିବ । ଆସନ୍ତା ଡିସେମ୍ବର ୨୬ରୁ ଟେଷ୍ଟ ସିରିଜ ଖେଳାଯିବ । ଟେଷ୍ଟ ସିରିଜ ପୂର୍ବରୁ ୩ଟି ଟି-୨୦ ମ୍ୟାଚ୍‌ ଏବଂ ୩ଟି ଦିନିକଆ ମ୍ୟାଚ ଖେଳିବ । ତେବେ ଦୁଇଟି ଯାକର ଟିମ ସିରିଜ ପୂର୍ବରୁ ନିଜକୁ ପ୍ରସ୍ତୁତ କରୁଛନ୍ତି ।ସିରିଜ ପୂର୍ବରୁ ଜସପ୍ରୀତ ବୁମରାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଫଟୋରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରା ପରିଶ୍ରମ କରୁଥିବାର ନଜର ଆସିଛନ୍ତି । ଏହି ଫଟୋକୁ ଦେଇ ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ କରୁଛନ୍ତି ।ସେହିପରି ମହମ୍ମଦ ଶାମି ଗୋଇଠି ଯନ୍ତ୍ରଣାରେ ପୀଡିତ ଥିଲେ । ଏହାର ଉପଚାର ପାଇଁ ମୁମ୍ବାଇର ସ୍ପୋଟର୍ସ ଅର୍ଥୋପେଟିକଙ୍କ ପରାମର୍ଶ ନେଉଥିଲେ । କିନ୍ତୁ ଏବେ ମଇଦାନକୁ ଫେରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରଲ ହେଉଛି । ଭିଡିଓରେ ଉତ୍ତର ପ୍ରଦେଶ ଅମରୋହରେ ଫାର୍ମହାଉସରେ ନେଟସର ବୋଲିଂ କରୁଥିବା ନଜର ଆସିଛନ୍ତି ।ତେବେ ଶାମିଙ୍କ ନାମ ପ୍ରଥମ ଟେଷ୍ଟରେ ସାମିଲ ରହିଛି । କିନ୍ତୁ ତାଙ୍କ ନାଁ ସହିତ ଷ୍ଟାର ଚିହ୍ନ ମଧ୍ୟ ଲାଗିଛି । ତେବେ ପ୍ରଥ ଟେଷ୍ଟ ମ୍ୟାଚରେ ଖେଳିବେ କି ନାହିଁ, ତାହା ତାଙ୍କ ଫିଟନେସ ଉପରେ ନିର୍ଭର କରୁଛି । ତେବେ ତାଙ୍କ ଆହତ ସମସ୍ୟା ଗୁରୁତର କି ନାହିଁ, ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ।ଜସପ୍ରୀତ ବୁମରା ୩୦ଟି ଟେଷ୍ଟ ମ୍ୟାଚ, ୮୯ ଦିନିକିଆ ଏବଂ ୬୨ ଟି-୨୦ ମ୍ୟାଚ ଖେଳିଛନ୍ତି । ଏହାଛଡା ଆଇପିଏଲ ୧୨୦ଟି ମ୍ୟାଚ ଖେଳିସାରିଛନ୍ତି । ବୁମରା ୩୦ଟି ଟେଷ୍ଟ ମ୍ୟାଚରେ ୨୧.୯୯ ଆଭରେଜରେ ୪୮.୯୭ ଷ୍ଟ୍ରାଇକ ରେଟରେ ୧୨୮ ଓ୍ଵିକେଟ ନେଇଛନ୍ତି । ଟେଷ୍ଟ କ୍ରିକେଟରେ ବୁମରା ୨୭ ରନ୍‌ ଦେଇ ୬ ଓ୍ଵିକେଟ ନେଇଛନ୍ତି । ସାଉଥ ଆଫ୍ରିକା ବିପକ୍ଷରେ ବୁମରାଙ୍କ ଟେଷ୍ଟ ରେକର୍ଡ ଭଲ ରହିଛି ।

ସାଉଥ ଆଫ୍ରିକା ପାଇଁ ଟେଷ୍ଟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଯଶସ୍ୱୀ ଜୟସଓ୍ଵାଲ, ଶ୍ରେୟସ ଆୟର, ଋତୁରାଜ ଗାୟକ୍ୱାଡ, ଈଶାନ କିଶନ(ଓ୍ଵିକେଟ କିପର), କେଏଲ ରାହୁଲ (ଓ୍ଵିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି*, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking