ମୟୂରଭଞ୍ଜ : ଖଟିଆରେ ବୁହାହେଉଛନ୍ତି ରୋଗୀ ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ବାସ୍ତବରେ ଏହାଏକ ହୃଦୟ ବିଦାରକ ଦୃଶ୍ୟ। ଓଡ଼ିଶା ସରକାରଙ୍କ ଡିଣ୍ଡିମପିଟା ସ୍ଳୋଗାନ ମାଆକୁ ସମ୍ମାନ ଗାଁକୁ କାମ ରୋଗିବୁହା ଖଟିଆକୁ ଦେଖିଲେ ସରକାରଙ୍କ କାର୍ଯ୍ୟ ତଦାରଖ କରିବାକୁ ନିଯୁକ୍ତ କର୍ମଚାରୀଙ୍କ ପାଇଁ ନାଁ ସରକାରଙ୍କ ଅବହେଳା ଯୋଗୁଁ ସାଧାରଣ ନାଗରିକ ଉତ୍ତମ ରାସ୍ତାଟିଏ ପାଇପାରୁ ନାହାନ୍ତି । ଏପରି ଅବସ୍ଥାରେ ରହିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ଅନ୍ତର୍ଗତ ଦୁଗୁଧା ଗ୍ରାମପଞ୍ଚାୟତର ଆମ୍ବଡିହା ଗ୍ରାମ । ଦୀର୍ଘଦିନ ଧରି ଏହି ଗ୍ରାମରେ ବସବାସ କରୁଥିବା ଲୋକମାନେ ରାସ୍ତା ସମସ୍ୟା ସହିତ ସଂଗ୍ରାମ ଯାରି ରଖିଥିଲେ ମଧ୍ୟ ପ୍ରସାଶନର ନଜର ନ ପଡିବା ଯୋଗୁଁ ଏବେ ଭଗବାନଙ୍କ ଭରସାରେ ଗ୍ରାମବାସୀ । ଆମ୍ବଡିହା ଗ୍ରାମର ଚନ୍ଦ୍ରମଣି ସିଂ ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଉଦଳା ଡାକ୍ତରଖାନା ଆଣିବାକୁ ଆମ୍ବୁଲାନ୍ସ ଯାଇଥିଲେ ମଧ୍ୟ ରାସ୍ତାନଥିବାରୁ ଆମ୍ବୁଲାନ୍ସ ରାସ୍ତାରେ ରହିଥିଲା ।
ଚନ୍ଦ୍ରମଣିଙ୍କୁ ଖଟିଆରେ ବହିଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇବା ପରେ ଡାକ୍ତରଖାନାକୁ ଅଣାଯାଇଥିଲା ଦିର୍ଘଦିନ ହେବ ରାସ୍ତା ଅତ୍ୟନ୍ତ ଶୋଚନୀୟ ଥିବାରୁ ଗ୍ରାମରେ ଯାହାର ଦେହ ଖରାପ ହେଲେ ତାକୁ ଖଟିଆରେ ବହିଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇବା ପରେ ଆମ୍ବୁଲାନ୍ସ ରୋଗୀକୁ ଡାକ୍ତରଖାନା ନେଇଥାଏ । ଗ୍ରାମର ରାସ୍ତା ଖରାପ ହୋଇ ଥିବାରୁ ଆମ୍ବୁଲାନ୍ସ ଗାଁଭିତରକୁ ଯାଇପାରିନଥିଲା । ଗ୍ରାମବାସୀଙ୍କ ସହାୟତାରେ ରୋଗୀକୁ ଖଟିଆରେ ବହିଆଣି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇବାରୁ ଆମେ ରୋଗୀକୁ ଡାକ୍ତରଖାନା ଆଣି ପହଞ୍ଚାଇଲୁ । ବାଇଟ ଆମ୍ବୁଲାନ୍ସ କର୍ମଚାରୀ ଏ ସମ୍ପର୍କରେ ଉଦଳା ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବାବେଳେ ଯୋଗା ଯୋଗ ସମ୍ଭବ ହୋଇନଥିଲା ତେବେ ସରକାର ଗାଁର ବିକାଶ ନାରା ଦେଉଥିବା ବେଳେ ବାସ୍ତବରେ ତୃଣମୂଳସ୍ତରରେ ଗାଁର ଉନ୍ନତି କେତେ ତାହା ଖଟିଆରେ ରୋଗୀ ବୁହା ହେବା ଘଟଣାରୁ ବେଶ ବାରିହୋଇ ପଡୁଛି।