30.1 C
Bhubaneswar
Saturday, May 31, 2025
Homeଦେଶ ବିଦେଶମଇଁଷି ପେଟରୁ ବାହାରିଲା ସୁନା ମଙ୍ଗଳସୂତ୍ର, ପଡିଲା ୬୫ଟି ଷ୍ଟିଚ୍‌

ମଇଁଷି ପେଟରୁ ବାହାରିଲା ସୁନା ମଙ୍ଗଳସୂତ୍ର, ପଡିଲା ୬୫ଟି ଷ୍ଟିଚ୍‌

ନୂଆଦିଲ୍ଲୀ: ମଇଁଷି ପେଟରୁ ବାହାରିଲା ସୁନା ମଙ୍ଗଳସୂତ୍ର । ଡାକ୍ତର ପକାଇଲେ ୬୫ଟି ଷ୍ଟିଚ୍ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ମଷ୍ରାଷ୍ଟ୍ରରେ ଘଟିଛି । ଯାହା ଆଣିଲେ ଆପଣକୁ ଚକିତ କରିବ । ମହାରାଷ୍ଟ୍ରର ଓ୍ଵାସିମ୍ ଜିଲ୍ଲାରେ ଘଟିଛି ଏକ ଆଶ୍ଚର‌୍ୟ୍ୟଜନକ ଘଟଣା। ଏଠାରେ ସାରସି ଗାଁରେ ଏକ ମଇଁଷି ଚାରା ଭାବି ସୁନାର ମଙ୍ଗଳସୂତ୍ରକୁ ଗିଳି ପକାଇଛି। ଏବେ ଡାକ୍ତର ୨ ଘଣ୍ଟାର ଅପରେସନ ପରେ ମଇଁଷି ପେଟରୁ ମଙ୍ଗଳସୂତ୍ରକୁ ବାହାର କରିଛନ୍ତି।
ମଙ୍ଗଳସୂତ୍ରଟି ଅଢ଼େଇ ଭରିର ଥିଲା, ଯାହାର ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଖବର ମୁତାବକ, ଗାଁର ରାମହରି ନାମକ ଚାଷୀଙ୍କ ପତ୍ନୀ ଗାଧୋଇବା ପୂର୍ବରୁ ନିଜ ମଙ୍ଗଳସୂତ୍ରକୁ କାଢି ଏକ ପ୍ଲେଟ୍‌ରେ ରଖିଥିଲେ। କିନ୍ତୁ ଗାଧୋଇ ଆସିବା ପରେ ସେ ମଙ୍ଗଳସୂତ୍ର ପିନ୍ଧିବାକୁ ଭୁଲି ଯାଇଥିଲେ।
ପାଖାପାଖି ୨ ଘଣ୍ଟା ପରେ ଯେତେବେଳେ ବେକରେ ମଙ୍ଗଳସୂତ୍ର ନ ଥିବା ସେ ଅନୁଭବ କରିଥିଲେ, ସେତେବେଳେ ସେ ପ୍ଲେଟ୍ ପାଖକୁ ଯାଇ ଦେଖିଥିଲେ। ହେଲେ ପ୍ଲେଟ୍‌ରେ ମଙ୍ଗଳସୂତ୍ର ନ ଥିଲା। ଘର, ବାହାରେ ସବୁଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠି ବି ମଙ୍ଗଳସୂତ୍ର ମିଳି ନ ଥିଲା। ତେଣୁ ପରିବାର ଲୋକେ ମଙ୍ଗଳସୂତ୍ର ଚୋରି ହୋଇଥିବାର ଆଶଙ୍କା କରିଥିଲେ।
ଏହି ସମୟରେ ମହିଳାଙ୍କୁ ଲାଗିଥିଲା ଯେ ମଙ୍ଗଳସୂତ୍ର ରଖିଥିବା ସ୍ଥାନରେ ମଇଁଷି ବନ୍ଧା ହୋଇଥିବାରୁ ସେ ଏହାକୁ ଗିଳି ଦେଇଥିବ। ଘର ଲୋକଙ୍କ ସନ୍ଦେହ ହେବାରୁ ମଇଁଷିକୁ ତୁରନ୍ତ ପଶୁ ଚିକିତ୍ସାଳୟ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking