33.1 C
Bhubaneswar
Monday, May 20, 2024
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନବଜେଟ ଅଧିବେଶନ: ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା

ବଜେଟ ଅଧିବେଶନ: ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା

ଭୁବନେଶ୍ୱର: ସୋମବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅର୍ଫ ଅନର ଦିଆଯାଇଥିଲା । ପରେ ରାଜ୍ୟପାଳ ବିଧାନସଭା ଭିତରେ  ଦିବଂଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସହିଦ ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ରାଜ୍ୟପାଳ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ।  ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଛନ୍ତି । ନିଜର ଅଭାଭାଷଣ ପ୍ରାରମ୍ଭରେ ରାଜ୍ୟପାଳ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ପ୍ରକଳ୍ପ ୮ଶହ କୋଟିରେ ନିର୍ମାଣ ହୋଇଛି ଯାହା ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ । ଏହି ପ୍ରକଳ୍ପ ଆଗନ୍ତୁକଙ୍କୁ ଅତ୍ୟାଧୁନିକ ସୁବିଧା ଦେବ । ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଥିବା ରାଜ୍ୟପାଳ କହିଛନ୍ତି ।

ଏହାଛଡ଼ା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପ ବି ଲୋକାର୍ପିତ ହୋଇଛି । ନୂଆ-ଓ ଯୁବ ଭାଗିଦାରୀକୁ  ସଶକ୍ତ କରିବ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ କରାଯାଇଛି ।  ୫-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ ବୋଲି ରାଜ୍ୟପାଳ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଛି । ୧୧୩.୭୬ ରାସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି । ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ଦିଆଯାଇଛି ।  ସେହିପରି ରାଜ୍ୟପାଳ କହିଛନ୍ତି ଯେ ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି ।

ଏହାଛଡ଼ା ପ୍ରତି ପରିବାରକୁ ୫ଲକ୍ଷ ଓ ମହିଳା ସଦସ୍ୟଙ୍କୁ ଆଉ ୫ ଲକ୍ଷର ଚିକିତ୍ସା ସହାୟତା ମିଳୁଛି ।  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟର ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ଏହାଛଡ଼ା ୭୫୦ କୋଟି ବ୍ୟୟରେ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ ହୋଇଛି । ଏହାଛଡ଼ା ରାଜ୍ୟପାଳ କହିଛନ୍ତି ଯେ ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳୁଛି । ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମାଗଣା ମିଳୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପରିବାକୁ ରାଜ୍ୟ ସରକାର ଚାଉଳ ଦେଉଛନ୍ତି । ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି । ୧୭.୧୧ ଲକ୍ଷ ଚାଷୀଙ୍କ ଠାରୁ ୭୯.୧୬ ଲକ୍ଷ ଟନ ଧାନ ସଂଗ୍ରହ ହୋଇଛି । ରାଜ୍ୟର ୪୦ ପ୍ରତିଶତ ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି । ୨୦୧୪-୧୫ରୁ ଏଯାଏଁ ୩୪.୨୫ ଲକ୍ଷ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି ।

ସମୟ ପୂର୍ବରୁ ଘର ସାରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ଦିଆଯାଇଛି । ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ‘ମୋ ଘର’ ଆରମ୍ଭ ହୋଇଛି । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଦିଆଯାଉଛି ।  ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି । ତେବେ ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବ ସହରାଞ୍ଚଳ ବସ୍ତିମୁକ୍ତ ହେବ । ସେହିପରି ନୁ୍ୟୟର୍କ, ଟୋକିଓ, ସିଙ୍ଗାପୁର ଭଳି ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଚାଲିଛି । ଡ୍ରିଙ୍କ ଫ୍ରମ ଟ୍ୟାପରେ ପୁରୀ ଓ ଗୋପାଳପୁର ଦେଶର ପ୍ରଥମ ଓ ୨ୟ ସହର । ୨୪ ହସରାଞ୍ଚଳର ୨୩ ଲକ୍ଷ ବାସିନ୍ଦା ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ପାଉଛନ୍ତି । ୩୪୧୧ କୋଟି ଖର୍ଚ୍ଚରେ ୬୮୭୨ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି । କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି । ମିଶନ ଶକ୍ତି ଋଣ ଯୋଜନାରେ ବିନା ସୁଧରେ ୫ ଲକ୍ଷ ଯାଏଁ ଋଣ ମିଳୁଛି ବୋଲି ରାଜ୍ୟପାଳ କହିଛନ୍ତି । ଏହାଛଡ଼ା ଆନ୍ତଃ-ଜାତି ବିବାହକୁ ସ୍ୱୀକୃତି ପାଇଁ ଦମ୍ପତିଙ୍କୁ ୨.୫ ଲକ୍ଷ ପ୍ରୋତ୍ସାହନ ଦିଆଯାଉଛି । ୫୩.୦୯ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଉଛି । ଅସହାୟା, ସ୍ୱାମୀ ପରିତ୍ୟକ୍ତା ଓ କୋଭିଡ ଯୋଗୁଁ ବିଧବାଙ୍କୁ ଭତ୍ତା ମିଳୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking