27.1 C
Bhubaneswar
Monday, May 26, 2025
Homeଓଡିଶାଅର୍ଥନୀତିକୁ ସଜାଡିବ ଏ ନିଷ୍ପତ୍ତି

ଅର୍ଥନୀତିକୁ ସଜାଡିବ ଏ ନିଷ୍ପତ୍ତି

ନୂଆଦିଲ୍ଲୀ: ଚାହିଦା ଏବଂ ନିବେଶ ହ୍ରାସ ଯୋଗୁ ଚଳିତ ଆର୍ଥିକ ବର୍ଷ ଦେଶର ବିକାଶ ହାର ୧୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯିବ । କେନ୍ଦ୍ର ସରକାର ନିଜର ପ୍ରଥମ ଆଗୁଆ ଆକଳନରେ ଏହା ଉଲ୍ଲେଖ କରିଛନ୍ତି । ଦେଶରେ ବର୍ତ୍ତମାନ ଅନେକ ସମସ୍ୟା ରହିଛି । ମନ୍ଥର ଅଭିବୃଦ୍ଧି, ବେକାରି ହାର, ସଙ୍କୁଚିତ ଚାହିଦା, ଏନ୍‌ବିଏନସି ସମସ୍ୟା ଅନ୍ୟତମ । ଏଭଳି ଆହ୍ୱାନଗୁଡିକ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ବଜେଟ୍‌ରେ ହେବାକୁ ଥିବା ଘୋଷଣା ଦେଶର ଆର୍ଥିକ ଗତିବିଧି ଉପରେ ବ୍ୟାପକ ଅଭାବ ପକାଇବ । ସରକାରୀ ରାଜକୋଷ ଖାଲି ହେଉଛି । ଏଭଳି କ୍ଷେତ୍ରରେ ଆର୍ଥିକ ବ୍ୟାକେଜ୍‌ର ପରିଣାମ ଗମ୍ଭୀର ହୋଇପାରେ । ତେବେ ଚାହିପା ଏବଂ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ମଳା ସୀତାରମଣଙ୍କ ପାଖରେ କିଛି ବିକଳ୍ପ ଅଛି, ଯାହା ଉପରେ ଗମ୍ଭୀରତାର ସହ ବିଚାର କରାଯାଇପାରିବ ।
ସରଳ ଋଣ ବଣ୍ଟନ ବ୍ୟବସ୍ଥା
ଚାହିଦାକୁ ତ୍ୱରାନ୍ୱିତ କରିବା ପାଇଁ ଋଣ ବିତରଣ ବ୍ୟବସ୍ଥାକୁ ସହଜ କରାଯିବା ସରକାର । ଏଥିପାଇଁ ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ(ଏନ୍‌ବିଏନସି)ଗୁଡିକୁ ଅର୍ଥିକ ଋଣ ବାଣ୍ଟିବାର ଅନୁମତି ଦେବାକୁ ହେବ । ଦେଶର ଔପଚାରିକ ଋଣ ବ୍ୟବସ୍ଥାରେ ଏନ୍‌ବିଏନ୍‌ସିଗୁଡିକର ଯୋଗଦାନ ପ୍ରାୟ ୨୦% । ଏନ୍‌ବିଏ୍‌ସି ସଙ୍କଟକୁ ଦୂର କରିବା ପାଇଁ ୨୦୨୦-୨୧ ବଜେଟରେ ନିର୍ମଳା ସୀତାରମଣ ଟିଏଆର୍‌ପି(ଟ୍ରବଲ୍‌ଡ ଆସେଟସ ରିଲିଜ ଫଣ୍ଡ)ର ଘୋଷଣା କରିବା ଦରକାର । ୨୦୦୮ରେ ଆର୍ଥିକ ମାନ୍ଦାବସ୍ଥା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉକ୍ତ ସମୟରେ ଆମେରିକା ଏହି ଟର୍ଣ୍ଡ ପ୍ରୋଗ୍ରାମ୍‌କୁ ଲାଗୁ କରିଥିଲା । ଏହାବ୍ୟତୀତ ବ୍ୟାଙ୍କଗୁଡିକରେ ଲିକ୍ୱିଡିଟି ବଢ଼ାଇବାକୁ ହେବ । ଚଳିତ ଆର୍ଥିକବର୍ଷରେ ବ୍ୟାଙ୍କଗୁଡିକର ପୁଞ୍ଜିକରଣ ପାଇଁ ୭୦ ହଜାର କୋଟି ଟଙ୍କା ଜାରି କରାଯାଇଛି ।
ଗ୍ରୀମୀଣ ଚାହିଦାକୁ ଫୋକସ୍‌
ଗ୍ରାମୀଣ ଭାରତରେ ଚାହିଦା ବୃଦ୍ଧି କରିବା ପାଇଁ ସରକାରଙ୍କୁ ଆର୍ଥିକ ସ୍କିମ୍ ପାଣିବାକୁ ପଡିବ । ବର୍ତ୍ତମାନ ଜାରି ରହିଥିବା ସ୍କିମ୍ ମନରେଗା ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ତ୍ୱରାନ୍ୱିତ କରିବାକୁ ପଡିବ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଜମି ରେକର୍ଡର ଡିଜିଟାଲିକରଣକୁ ତ୍ୱରାନ୍ୱିତ କରିବାକୁ ପଡିବ ।
ତ୍ୱରିତ ପୁଞ୍ଜିପ୍ରତ୍ୟାହାର
ଚଳିତ ଆର୍ଥିକବର୍ଷ ସରକାର ଏୟାର୍ ଇଣ୍ଡିଆ, ବିପିସିଏଲ୍‌, ସିପିଂ କର୍ପୋରେସନ ଅଫ ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନେଇଛନ୍ତି । ଏଭଳି ଭାବେ ସରକାର ଅନେକ ସମ୍ପତ୍ତିକୁ ଚିହ୍ନଟ କରି ତାହାକୁ ମୁଦ୍ରୀକରଣ କରିବା ଉପରେ ବିଚାର କରିପାରିବେ । ଫଳରେ ରାଜକୋଷକୁ କିଛି ଅତିରିକ୍ତ ଟଙ୍କା ଆସିବ । ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ସରକାର ଚଳିତ ଆର୍ଥିକବର୍ଷ ୧.୦୫ ଲକ୍ଷ କୋଟି ଟଙ୍କା ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ବ୍ୟକ୍ତିଗତ ଆୟକର ହ୍ରାସ
କମ୍ପାନି ଟିକସ ହାରରେ ହ୍ରାସ ପରେ ଆସନ୍ତା ବଜେଟ୍‌ରେ ବ୍ୟକ୍ତିଗତ ଆୟ କରରେ ହ୍ରାସ ସମ୍ଭାବନା ରହିଛି । ଲୋକଙ୍କ ହାତରେ କିଛି ଆର୍ଥିକ ଟଙ୍କା ଦେବା ପାଇଁ ସରକାର ଏ ନିଷ୍ପତ୍ତି ନେଇପାରନ୍ତି । ପ୍ରତ୍ୟକ୍ଷ ଟିକସ ଉପରେ ଗଠିତ ଟାସ୍କ ଫୋର୍ସ ପରାମର୍ଶ ଦେଇଛି ଯେ, ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ, ୨.୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦%, ୧୦ରୁ ୨୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟରେ ୨୦%, ୨୦ ଲକ୍ଷରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଆୟରେ ୩୦% ଏବଂ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୩୫% ଟିକସ ପ୍ରସ୍ତାବ ରହିଛି ।
ଏଲ୍‌ଟିସିଜି, ଏସ୍‌ଟିସିଜି ଉପରେ ମିଳିପାରେ ଆଶ୍ୱସ୍ତି
ସେୟାର ଏବଂ ଡେଟ୍ ବଜାରରେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଦୀର୍ଘମିଆଦୀ ପୁଞ୍ଜି ଲାଭ ଏବଂ ସ୍ୱଳ୍ପମିଆଦୀ ପୁଞ୍ଜି ଲାଭ(ଏଲ୍‌ଟିସିଜି, ଏସ୍‌ଟିସିଜି) ଉପରେ ଲାଗିବାକୁ ଥିବା ଟିକସକୁ ଉଚ୍ଛେଦ କରିବା ପାଇଁ ଦାବି କରାଯାଉଛି । ୧ ବର୍ଷରୁ କମ୍ ନିବେଶରୁ ଆସୁଥିବା ଆୟକୁ ଏସ୍‌ଟିସିଜି କୁହାଯାଇଥାଏ । ଏହା ଉପରେ ୧୫% ଟିକସ ଲାଗିଥାଏ । ୩ ବର୍ଷରୁ ଆଥିିକ ନିବେଶରୁ ଆସୁଥିବା ଆୟକୁ ଏଲ୍‌ଟିସିଜି କୁହାଯାଇଥାଏ ଏବଂ ଏହା ଉପରେ ୨୦% ଟିକସ ଲାଗେ ।
ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ଟନିକ୍‌
ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂୂର କରିବା ପାଇଁ ସରକାର ଟିକସ ପ୍ରୋତ୍ସାହନ ଦେଇପାରନ୍ତି । ବର୍ତ୍ତମାନ ଗୃହ ଋଣ ଉପରେ ସୁଧ ହାର ଡିଡକ୍ସନ ସୀମା ୨ ଲକ୍ଷ ଟଙ୍କା ଅଛି, ଯାହାକୁ ୪ ଲକ୍ଷ ଟଙ୍କା କରାଯାଇପାରେ ।
ବିଦେଶୀ କମ୍ପାନିଙ୍କୁ ବି ରିହାତି
ସରକାର ବିଦେଶୀ କମ୍ପାନିଗୁଡିକୁ ବି ଟିକସ ରିହାତି ଦେବା ଦରକାର । ଇତି ମଧ୍ୟରେ ଘରୋଇ କମ୍ପାନିଗୁଡିକ ପାଇଁ କମ୍ପାନି ଟିକସ ହ୍ରାସ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking