27.1 C
Bhubaneswar
Saturday, June 22, 2024
Homeଖେଳବୁଦାପେଷ୍ଟ ର‌୍ୟାଙ୍କିଙ୍ଗ୍ ସିରିଜ୍‌; ରୌପ୍ୟ ଜିତିଲେ ଅଂଶୁ ଓ ଅନ୍ତିମ

ବୁଦାପେଷ୍ଟ ର‌୍ୟାଙ୍କିଙ୍ଗ୍ ସିରିଜ୍‌; ରୌପ୍ୟ ଜିତିଲେ ଅଂଶୁ ଓ ଅନ୍ତିମ

ନୂଆଦିଲ୍ଲୀ:  ଭାରତୀୟ ରେସ୍‌ଲର୍ ଅଂଶୁ ମଲିକ ଓ ଅନ୍ତିମ ପଙ୍ଘାଲ୍ ବୁଦାପେଷ୍ଟରେ ଚାଲିଥିବା ଦ୍ୱିତୀୟ ର‌୍ୟାଙ୍କିଙ୍ଗ୍ ସିରିଜ୍‌ରେ ବୁଧବାର ଯଥାକ୍ରମେ ମହିଳା ୫୩ କେଜି ଓ ୫୭ କେଜିରେ ରୌପ୍ୟ ପଦକ ଜିତିଛନ୍ତି । ଅଂଶୁ ଚୀନ୍‌ର ହୋଙ୍ଗ୍ କେକ୍ସିନ୍‌ଙ୍କଠାରୁ ୧-୧୨ରେ ପରାଜିତ ହୋଇଥିବା ବେଳେ ଅନ୍ତିମଙ୍କୁ ସ୍ୱିଡେନ୍‌ର ଜୋନ୍ନା ମାଲ୍‌ମଗ୍ରେନ୍ ୪-୦ରେ ହରାଇଛନ୍ତି । ବିଶ୍ୱ ଚାମ୍ପିଅନ୍‌ଶିପ୍ ବ୍ରୋଞ୍ଜ୍ ବିଜେତା ଅନ୍ତିମ ଉଜ୍‌ବେକିସ୍ତାନ ସାକ୍‌ବଜମାଲ୍ ଇସ୍‌ବୋସିନୋଭାଙ୍କୁ ୧୦-୦ ଏବଂ ପୋଲାଣ୍ଡର କାତାରଜିନା କ୍ରାଓକଜିକ୍‌ଙ୍କ ୩-୧ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ୨୦୨୧ ବିଶ୍ୱ ଚାମ୍ପିଅନ୍‌ଶିପ୍ ରୌପ୍ୟ ବିଜେତା ଅଂଶୁ ମୋଲ୍‌ଡୋଭାର ଆନାସ୍ତାସିଆ ନିଚିତାଙ୍କୁ ୬-୫ ଏବଂ ବିଶ୍ୱ ଏବଂ ଏସିଆନ୍ ଚାମ୍ପିଅନ୍ ଚୀନ୍‌ର କ୍ୱି ଝାଙ୍ଗ୍‌ଙ୍କୁ ୨-୧ରେ ହରାଇ ଫାଇନାଲ୍ ସ୍ଥାନ ପକ୍କା କରିଥିଲେ । ପୂର୍ବରୁ ଅମନ ଶେରାୱତ୍ ୫୭ କେଜି ଫ୍ରିଷ୍ଟାଇଲ୍‌ରେ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ୍‌ରେ ଅମନ ଜାପାନର ରେଇ ହୁଗୁଚିଙ୍କଠାରୁ ୧୧-୧ରେ ପରାଜିତ ହୋଇଛନ୍ତି ।  ଅନ୍ୟପକ୍ଷରେ ମହିଳା ୫୦ କେଜି ବର୍ଗରେ ବିନେଶ ଫୋଗଟ୍ ହାରିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking