27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଜୀବନ ହାରିଦେଲେ ବିଟେକ୍ ଛାତ୍ର; କାହିଁକି ଜାଣନ୍ତୁ....

ଜୀବନ ହାରିଦେଲେ ବିଟେକ୍ ଛାତ୍ର; କାହିଁକି ଜାଣନ୍ତୁ….

ନୋଏଡା: କ୍ୟାରିୟରକୁ ନେଇ ବହୁ ପିତାମାତା ସେମାନଙ୍କ ପିଲାମାନଙ୍କ ଉପରେ ଚାପ ପକାଇଥାନ୍ତି । ପିଲାର ଇଚ୍ଛା କ’ଣ ରହିଛି ନ ବୁଝି ସେମାନେ ନିଜ ଇଚ୍ଛାକୁ ପିଲା ଉପରେ ଲଦି ଦେଇଥାନ୍ତି । ଏପରି କରିବା ଦ୍ୱାରା ପିଲାର ବହୁ କ୍ଷତି ହୋଇଥାଏ । ବହୁ ସମୟରେ ତ ପିଲାଟି ମାନସିକ ଅବସାଦ ଭିତରେ ରହି ଶେଷରେ ଆତ୍ମହତ୍ୟା କରିବା ଭଳି ନିଷ୍ପତ୍ତି ନିଏ । ଏବେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି ଗ୍ରେଟର ନୋଏଡାରେ । ଏଠାରେ ଜଣେ ବିଟେକ୍ ପ୍ରଥମ ବର୍ଷର ଛାତ୍ର ପାଠର ଚାପରେ ଆତ୍ମହତ୍ୟା କରିଛି ।

ହଷ୍ଟେଲ ରୁମ୍‌ରୁ ପିଲାର ମୃତଦେହ ଫ୍ୟାନରେ ଝୁୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ବିହାର ସୀତାମାଢି ଅଞ୍ଚଳର ଶିବମ୍ ନଲେଜ୍ ପାର୍କ ସ୍ଥିତ ଏକ ହଷ୍ଟେଲରେ ରହୁଥିଲା । ବୁଧବାର ସକାଳେ ସେ ହଷ୍ଟେଲ ରୁମ୍‌ରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ତେବେ ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ସେ ଇନଷ୍ଟାଗ୍ରାମରେ ନିଜ କ୍ୟାରିୟର ସମ୍ବନ୍ଧିତ ଏକ ପୋଷ୍ଟ କରିଥିଲା । ଏହା ଦେଖିବା ପରେ ତା’ର ଜଣେ ସାଙ୍ଗ ତା ପାଖରେ ଆସି ପହଞ୍ଚିବା ପୂର୍ବରୁ ସେ ଆତ୍ମହତ୍ୟା କରିସାରିଥିଲା । କୁହାଯାଉଛି କି ଶିବମର ସଙ୍ଗୀତ ପ୍ରତି ରୁଚି ଥିଲା କିନ୍ତୁ ତା’ର ପରିଜନ ତାକୁ ଇଂଜିନିୟର କରିବାକୁ ଚାହୁଁଥିଲେ । ଏହି ଚାପରେ ପିଲାଟି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛି ବୋଲି କୁହାଯାଉଛି । ଏବେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking