30.6 C
Bhubaneswar
Sunday, May 18, 2025
Homeଅପରାଧସୀମା ଟପିଲା ବର୍ବରତା: ୭ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

ସୀମା ଟପିଲା ବର୍ବରତା: ୭ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

ନୂଆଦିଲ୍ଲୀ: ହରିୟାଣାର ଫରିଦାବାଦରେ ୭ବର୍ଷର ଜଣେ ଶିଶୁକୁ ଦୁଷ୍କର୍ମ କରିବା ପରେ ଅତି ନର୍ମମ ଭାବେ ହତ୍ୟା କରାଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି । ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଦୁଷ୍କର୍ମକାରୀକୁ ଗିରଫ କରିଛି । ଅଦାଲତରେ ହାଜର କରିବା ପରେ ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି । ସୂଚନା ଅନୁଯାୟୀ, ଡିସେମ୍ବର ୨୭ ତାରିଖରେ ପ୍ରଥମଶ୍ରେଣୀରେ ପାଠପଢ଼ୁଥିବା ଜଣେ ଝିଅ ସ୍କୁଲ ଯିବାକୁ ଘରୁ ବାହାରିଥିଲା କିନ୍ତୁ ଆଉ ଘରକୁ ଫେରି ନଥିଲା । ପରିବାରଲୋକ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ଝିଅର କୌଣସି ସୂଚନା ପାଇ ପାରି ନଥିଲେ । ଏହାପରେ ସେମାନେ ପୋଲିସରେ ଝିଅ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଘରଠାରୁ ସ୍କୁଲ ପର୍ଯ୍ୟନ୍ତ ଲାଗିଥିବା ସିସିଟିଭ ଫୁଟେଜ ଯାଞ୍ଚ କରିଥିଲା ପୋଲିସ । ଏହାପରେ ପୋଲିସ ଜାଣିବାକୁ ପାଇଲା ଝିଅଜଣକ ସେଦିନ ଘରୁ ସ୍କୁଲ ପାଇଁ ବାହାରିଥିବା ବେଳେ ତା ପଛରେ ଜଣେ ଯୁବକ ବି ଯାଉଥିଲା । ଏହି ଯୁବକ ନାମ ରବିନ୍ଦ୍ର ବୋଲି ଜଣାପଡ଼ିଛି । ପୋଲିସ ରବିନ୍ଦ୍ରକୁ ଗିରଫ କରି ଘଟଣା ସମ୍ପର୍କରେ ପଚାରିବାରୁ ସେ ଆଶ୍ଚର୍ଯ୍ୟଜନକ ଉତ୍ତର ରଖିଥିଲା । ସେ କହିଥିଲା,‘ ଝିଅ ସେଦିନ ଏକା ସ୍କୁଲ ଯିବା ଦେଖି ମୁଁ ତାକୁ ସ୍କୁଲ ଛାଡ଼ି ଦେବାକୁ କହି ଘରକୁ ନେଇ ଆସିଥିଲି । ଆଉ ଘରେ ଦୁଷ୍କର୍ମ କରିଥିଲି । ଯେମିତି ସେ ଜୋରଜୋରରେ ପାଟି କରିଲା ମୁଁ ତାର ମୁଣ୍ଡକୁ ଇଟାରେ ଛେଚି, ବ୍ଲେଡରେ ତାର ଗଳାକୁ କାଟି ଦେଇଥିଲି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking