19.1 C
Bhubaneswar
Friday, December 26, 2025
Homeଅପରାଧକୁରାଢ଼ିରେ ହାଣି ନିର୍ମମ ହତ୍ୟା

କୁରାଢ଼ିରେ ହାଣି ନିର୍ମମ ହତ୍ୟା

ଜଗତସିଂହପୁର : କୁରାଢ଼ିରେ ହାଣି ହତ୍ୟା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା କାବଲପୁର ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ମୃତକଙ୍କ ନାଁ ଦୀନବନ୍ଧୁ ମାଝି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଜି ଅପରାହ୍ନରେ କାବଲପୁର ଗାଁର ଦୀନବନ୍ଧୁ ମାଝି ବାଇକରେ ଆସି ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ। ସେଇ ସମୟରେ ତପନ ସାମଲ ପଛ ପଟୁ ଆସି ତାଙ୍କ ଉପରେ କୁରାଢ଼ିରେ ଚୋଟ ପକାଇଥିଲେ। ଗାଁ ଲୋକେ ଦୀନବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ କୁଜଙ୍ଗ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଦୀନବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣକାରୀ ତପନଙ୍କୁ ଉପସ୍ଥିତ ଲୋକେ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ଖବର ପାଇ ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ କୁଜଙ୍ଗ ଡାକ୍ତରଖାନାରେ ପହଞ୍ଚି ମୃତକ ପରିବାରକୁ ସମବେଦନା ଜଣାଇବା ସହ ଦୋଷୀ ପ୍ରତି କଠୋର ଦଣ୍ଡ ବିଧାନ ହେବ ବୋଲି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking