32.1 C
Bhubaneswar
Friday, October 18, 2024
Homeଅପରାଧଭାଇ ନା ସଇତାନ! ଗର୍ଭବତୀ ଭଉଣୀକୁ ଦୁଷ୍କର୍ମ କଲେ ଦୁଇ ଭାଇ

ଭାଇ ନା ସଇତାନ! ଗର୍ଭବତୀ ଭଉଣୀକୁ ଦୁଷ୍କର୍ମ କଲେ ଦୁଇ ଭାଇ

ମୁମ୍ବାଇ: ରକ୍ଷକ ହୋଇ ଭଉଣୀର ଇଜ୍ଜତ ଲୁଟିଛି ଭାଇ । ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ । ଦୁଇ ଭାଇ ଘରେ କେହି ନଥିବାର ସୁଯୋଗ ନେଇ ଗର୍ଭବତୀ ଭଉଣୀକୁ ଦୁଷ୍କର୍ମ କରିଛନ୍ତି । ଭାଇ ଭଉଣୀର ପବିତ୍ର ସମ୍ପର୍କରେ ଲଜ୍ଜାର ଦାଗ ଲଗାଇ ଦେଇଛନ୍ତି ଏହି ସଇତାନ ଭାଇ । ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାର କୁରଖେଦା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିବା ବେଳେ ଏହି ଘଟଣା ମନକୁ ଆନ୍ଦୋଳିତ କରୁଛି। କୁରଖେଦା ଅଞ୍ଚଳର ଜଣେ ଗର୍ଭବତୀ ଯୁବତୀ କିଛି ଦିନ ହେଲା ବାପା ଘରକୁ ଆସି ରହୁଥିଲେ । ବାପା ଘରେ କେହି ନଥିବା ସମୟରେ ଯୁବତୀଜଣଙ୍କ ଦୁଷ୍କର୍ମ ଶିକାର ହୋଇଛନ୍ତି । ଦୁଷ୍କର୍ମର ଶିକାର ଯୁବତୀ ଜଣଙ୍କ ୭ ମାସର ଗର୍ଭବତୀ ଥିବା ଜଣାପଡିଛି । ପ୍ରସବ ସମୟ ପାଖେଇ ଆସୁଥିବାରୁ ଯୁବତୀ ଜଣକ କିଛି ଦିନ ହେଲା ନିଜ ବାପା ଘରେ ଆସି ରହୁଥିଲେ ।

ଗତ ଅଗଷ୍ଟ ୧୦ ତାରିଖ ଦିନ ଯୁବତୀଜଣଙ୍କ ଦୁଷ୍କର୍ମ ଶିକାର ହୋଇଥିଲେ । ଘଟଣା ଦିନ ଘରେ ସମସ୍ତେ ଚାଷକାର୍ଯ୍ୟ ପାଇଁ ବାହାରକୁ ଚାଲି ଯାଇଥିଲେ । ପୀଡିତା ଜଣକ ଏକା ଥିବା ସୁଯୋଗ ନେଇ ଦିନ ୧୨ଟା ସମୟରେ ପୀଡିତା ଯୁବତୀଙ୍କ ୨ ଭାଇ ତାଙ୍କୁ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲେ । ଏହି ଘଟଣା ଯେତେବେଳେ ପରିବାର ଲୋକେ ଜାଣିବାକୁ ପାଇଥିଲେ ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ଗଡଚିରୋଲି ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଯୁବତୀଙ୍କ ଅଭିଯୋଗ କ୍ରମେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ୨ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ସୂଚନା ଦେଇଛି ପୀଡିତାଙ୍କ ଅଭିଯୋଗ କ୍ରମେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଷ୍କର୍ମର ଶିକାର ଯୁବତୀଜଣଙ୍କ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking