ନୂଆଦିଲ୍ଲୀ: ଭାଇ-ଭଉଣୀ ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ । ତେବେ ସାମାନ୍ୟ କିଛି ଟଙ୍କା ପାଇଁ ଏହି ସମ୍ପର୍କକୁ କଳଙ୍କିତ କରି ଦେଇଛନ୍ତି ଦୁଇ ଜଣ ଭାଇ ଭଉଣୀ । ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସାମୂହିକ ବିବାହ କରାଯାଉଥିବା ବେଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଫିରୋଜାବାଦର ଟୁଣ୍ଡଲା ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ୧୧ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୫୧ ଯୋଡିଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିବାହ କରୁଥିବା ଦମ୍ପତ୍ତିଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥାଏ । କପଡା, ବାସନ କୁସନ, ରାସନ ସାମଗ୍ରୀ ସହିତ ଅର୍ଥରାଶି ମଧ୍ୟ ମିଳିଥାଏ । ତେବେ ସନ୍ଦେହ ହେବାରୁ ଅଧିକାରୀ ନରେଶ କୁମାର ମାମଲାର ତଦନ୍ତ କରିଥିଲେ । ସରପଞ୍ଚ ଅନୁରାଗ ସିଂ ସହ ମିଶି ତଦନ୍ତ କରିବା ପରେ ଏହି ଯୋଡି ସମ୍ପର୍କୀୟ ଭାଇ ଭଉଣୀ ବୋଲି ଜଣାପଡିଥିଲେ । ଶେଷରେ ଅଧିକାରୀ ଜଣଙ୍କ ଏନେଇ ଥାନାରେ ମାମଲା ରୁଜୁ କରିଥିଲେ ।