24.1 C
Bhubaneswar
Saturday, January 11, 2025
Homeଖେଳଭାଇକମ୍‌-୧୮କୁ ପ୍ୟାରିସ୍ ଅଲିମ୍ପିକ୍ସର ପ୍ରସାରଣ ଅଧିକାର

ଭାଇକମ୍‌-୧୮କୁ ପ୍ୟାରିସ୍ ଅଲିମ୍ପିକ୍ସର ପ୍ରସାରଣ ଅଧିକାର

ନୂଆଦିଲ୍ଲୀ : ଭାରତ ଏବଂ ଭାରତୀୟ ଉପମହାଦେଶରେ ୨୦୨୪ରେ ଆୟୋଜିତ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସର ପ୍ରସାରଣ ଅଧିକାର ଭାଇକମ୍‌-୧୮ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌କୁ ମିଳିଛି । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ବୁଧବାର ଏହି ଘୋଷଣା କରିଛି । ଏହା ବ୍ୟତୀତ ୨୦୨୪ରେ ହେବାକୁ ଥିବା ୱିଣ୍ଟର ୟୁଥ୍ ଗେମ୍ସର ‘ନନ୍ ଏକ୍ସକ୍ଲୁସିଭ୍‌’ ପ୍ରସାରଣ ଅଧିକାର ମଧ୍ୟ ଭାଇକମ୍‌-୧୮ ହାସଲ କରିଥିବା ଆଇଓସି ପକ୍ଷରୁ ଜାରି ମିଡିଆ ରିଲିଜ୍‌ରେ କୁହାଯାଇଛି । ଫଳରେ ଭାରତ ଏବଂ ଭାରତୀୟ ଉପମହାଦେଶର ଦେଶଗୁଡ଼ିକ ଭାଇକମ୍‌-୧୮ ମାଧ୍ୟମରେ ଏହି ଗେମ୍ସଗୁଡ଼ିକୁ ଦେଖିପାରିବେ । ଏହି ଦେଶଗୁଡ଼ିକ ମଧ୍ୟରେ ବାଂଲାଦେଶ, ମାଳଦ୍ୱୀପ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ଭୁଟାନ୍ ସାମିଲ । ସୂଚନାଯୋଗ୍ୟ, ଟୋକିଓରେ ଆୟୋଜିତ ଅଲିମ୍ପିକ୍ସ ଗେମ୍ସର ପ୍ରସାରଣ ଅଧିକାର ସୋନି ସ୍ପୋର୍ଟ୍ସ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ନିକଟରେ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking