ନୂଆଦିଲ୍ଲୀ : ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ପାର୍ଟି ମଧ୍ୟରେ ଅନ୍ତଃକନ୍ଦଳ ଏବଂ ଦଳୀୟ ମନ୍ତ୍ରୀ ଜଣକ ପରେ ଜଣେ ମନ୍ତ୍ରୀପଦରୁ ଇସ୍ତଫା ଦେବାପରେ ଶେଷରେ ପିଏମ୍ ପଦରୁ ଇସ୍ତଫା ଦେଇଛନ୍ତି ବୋରିସ୍ ଜନସନ । ପୂର୍ବରୁ ବୋରିସ୍ ଙ୍କ କ୍ୟାବିନେଟରେ ସାମିଲ ଥିବା ୪୦ ଜଣ କ୍ୟାବିନେଟ୍ ମନ୍ତ୍ରୀ ପଦବୀ ଛାଡିଥିଲେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଦାବି ଜୋର ଧରିଥିଲା । ଗତ ମାସେ ହେଲା ଏଭଳି ଘମାସନ ଜାରି ରହିଥିଲା । ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋରିସ୍ ଜନସନ । ସୂଚନାଯୋଗ୍ୟ, କଞ୍ଜର୍ଭେଟିଭ୍ ପାର୍ଟି ସହିତ ବିଦ୍ରୋହ ପରେ ଜନସନଙ୍କ ପାର୍ଟିର ୪୦ ମନ୍ତ୍ରୀଙ୍କ ସମେତ ସଂସଦୀୟ ସଚିବ ମଧ୍ୟ ଇସ୍ତଫା ଦେଇଥିଲେ। ଏପରିକି ଗୃହମନ୍ତ୍ରୀ ପ୍ରୀତି ପଟେଲ ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ବୁଧବାର ଦିନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏମିତି ଏକ ପଦକ୍ଷେପ ନେଇଥିଲେ ଯାହାକୁ ନେଇ ତାଙ୍କ ଆସନ ସଙ୍କଟରେ ରହିଥିଲା । ସେ ଗୃହ, ସ୍ତର ଓ ସମ୍ପ୍ରଦାୟ ବିଭାଗର ସଚିବ ମାଇକେଲ ଗୋଓ୍ବେଙ୍କୁ ନିଲମ୍ବିତ କରିଥିଲେ । ତାଙ୍କ କ୍ୟାବିନେଟରେ ବିଦ୍ରୋହର ସ୍ଥିତିକୁ ଦୂର କରିବା ପାଇଁ ସେ ଏପରି କରିଥିବା କହିଥିଲେ । ସୂଚନା ଅନୁସାରେ ଗୋଓ୍ବେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ। ଏହାପରେ ବୋରିସ୍ ଜନସନ୍ ତାଙ୍କୁ ବହିସ୍କାର କରିଥିଲେ। ତାଙ୍କ କହିବା କଥା ହେଲା କୌଣସି ବି କଥାକୁ ସାର୍ବଜନୀନ କରିବା ଉଚିତ୍ ନୁହେଁ। ଏମିତିରେ ବି ବୋରିସ୍ ଜନସନ ସହଯୋଗୀମାନେ ତାଙ୍କ ଉପରେ ଅନେକ ଥର ବିବାଦୀୟ ବୟାନ ଦେଉଥିଲେ। ପାର୍ଟିଗେଟ୍ ସ୍କାଣ୍ଡେଲ ପରଠାରୁ ବୋରିସ୍ ଜନ୍ସନ୍ ତାଙ୍କ ନିଜସ୍ବ ଦଳର ମନ୍ତ୍ରୀଙ୍କ ଅସନ୍ତୋଷର ମୁଖ୍ୟ କାରଣ ଥିଲେ। ଏହା ପରେ ପ୍ରିସ୍ ପିଚର୍ ସ୍କାଣ୍ଡଲ୍କୁ ନେଇ ଏହି ଅସନ୍ତୋଷ ଆହୁରି ଗଭୀର ହେବାରେ ଲାଗିଥିଲା ।