ନୂଆଦିଲ୍ଲୀ : ଗୋଟିଏ ପଟେ ବୋରିସ୍ ଜନସନଙ୍କ ଇସ୍ତଫା ପରେ ବ୍ରିଟେନ ନୂତନ ପ୍ରଧାନମନ୍ତ୍ରୀ ଖୋଜୁଛି ଏବଂ ଏହାକୁ ନେଇ ସାରା ବିଶ୍ୱରେ ଆଲୋଚନା କରାଯାଉଛି। ଅନ୍ୟପକ୍ଷରେ ବ୍ରିଟେନ ରେ ଆଉ ଏକ ସମସ୍ୟା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି। ବାସ୍ତବରେ ବ୍ରିଟେନରେ ମୁଦ୍ରାସ୍ଫୀତି ୯% କୁ ବୃଦ୍ଧି ପାଇଛି। ଏହି କାରଣରୁ, ସେଠାରେ ପଢୁଥିବା ବିଦେଶୀ ଛାତ୍ରମାନଙ୍କ ସଙ୍କଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ଛାତ୍ରମାନେ ଭଡା ଦେବାକୁ ସକ୍ଷମ ନୁହଁନ୍ତି । ଅଦ୍ୟାବଧି ଯେଉଁ ଛାତ୍ରମାନେ ନିଜ ସମ୍ପର୍କୀୟଙ୍କ ଘରେ ରହିଥିଲେ, ସେମାନେ ମଧ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ହାର ମାନିଛନ୍ତି । ଏଭଳି ପରିସ୍ଥିତିରେ କିଛି ଛାତ୍ର ରାସ୍ତାରେ ଶୋଇବାକୁ ବାଧ୍ୟ ହେଉଛନ୍ତି।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯଦି ଜଣେ ଛାତ୍ର ନିଜ ସାଙ୍ଗମାନଙ୍କ ସହିତ ରୁହନ୍ତି, ତେବେ ପାର୍ଟ ଟାଇମ୍ ଚାକିରି ଖୋଜନ୍ତି, ଯାହାଫଳରେ ସେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ଏବଂ ଏକ କୋଠରୀ ନେଇପାରିବେ । ଏହି ସଙ୍କଟ ପରେ ବର୍ତ୍ତମାନ, ପ୍ରାୟ ୧୨% ଛାତ୍ର ଏପରି ଯେ ସେମାନଙ୍କର ମୁଣ୍ଡ ଉପରେ କୈାଣସି ଛାତ ନାହିଁ । ୫.୩% ଡ୍ରପ ଆଉଟ ଛାତ୍ର ଏବଂ ନିକଟରେ ପାସ୍ ହୋଇଥିବା ଛାତ୍ରମାନେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉଚ୍ଚଶିକ୍ଷା ନୀତି ପ୍ରତିଷ୍ଠାନରେ ପ୍ରକାଶିତ ସ୍କଟଲ୍ୟାଣ୍ଡର ନ୍ୟାସନାଲ୍ ୟୁନିଅନ୍ ଅଫ୍ ଷ୍ଟୁଡେଣ୍ଟସ୍ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ଆଶ୍ଚର୍ୟ୍ୟଜନକ ତଥ୍ୟ ପ୍ରକାଶ ପାଇଛି।
ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ପଟେ ଗରମ ଚିନ୍ତ ବଢଉଥିବା ବେଳେ , ଏହି ସମୟରେ ଘର ନ ଥିବରୁ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଖାଦ୍ୟ ଏବଂ ବିଦ୍ୟୁତର ବର୍ଦ୍ଧିତ ମୂଲ୍ୟ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସହରରେ ରହୁଥିବା ଅନ୍ୟ ଦେଶର ଛାତ୍ରମାନଙ୍କୁ ଅଧିକ ପ୍ରଭାବିତ କରୁଛି ଜ୍ଝ ଛାତ୍ରମାନେ କହିଛନ୍ତି ଯେ ଆମେ ଏତେ ବଡ ସମସ୍ୟାର ସମ୍ମୁଖୀନ ହେଉଛୁ, କିନ୍ତୁ ବିଶ୍ୱବିଦ୍ୟାଳୟ ଦ୍ୱାରା କୈାଣସି ଉପଯୁକ୍ତ ବ୍ୟବସ୍ଥା କରାଯାଉ ନାହିଁ।