18.1 C
Bhubaneswar
Friday, December 27, 2024
Homeଖେଳବେଟିଂ ନିୟମ ଉଲ୍ଲଙ୍ଘନ: ଫିଲିପୌସିସ୍ ଦଣ୍ଡିତ

ବେଟିଂ ନିୟମ ଉଲ୍ଲଙ୍ଘନ: ଫିଲିପୌସିସ୍ ଦଣ୍ଡିତ

ଲଣ୍ଡନ: ଦୁଇ ଥର ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍‌ରେ ରନର୍ସଅପ୍ ହୋଇଥିôବା ଅଷ୍ଟ୍ରେଲିଆର ପୂର୍ବତନ ଟେନିସ୍ ଖେଳାଳି ମାର୍କ ଫିଲିପୌସିସ୍‌ଙ୍କୁ ୧୦ ହଜାର ଡଲାର୍‌ର ଜୋରିମାନା କରାଯାଇଛି । ଏଥିସହ ବର୍ତ୍ତମାନର ଏହି ଟେନିସ୍ କୋଚ୍‌ଙ୍କୁ ୪ ମାସ ପାଇଁ ବାସନ୍ଦ ମଧ୍ୟ କରାଯାଇଛି । କ୍ରୀଡ଼ା ବେଟିଂ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ପାଇଁ ଏପରି ଦଣ୍ଡବିଧାନ କରାଯାଇଥିବା ବୁଧବାର ଦି ଇଣ୍ଟରନାସନାଲ୍ ଟେନିସ୍ ଇଣ୍ଟିଗ୍ରିଟି ଏଜେନ୍ସି (ଆଇଟିଆଇଏ) ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୋଗ ଅନୁସାରେ, ଫିଲିପୌସିସ୍ ଏକ ଗେମିଂ ଅପରେଟର୍ ପାଇଁ ଭଏସ୍‌ଓଭର୍ ଦେଇ ଏ ବାବଦରେ ପାଉଣା ନେଇଥିଲେ ।

ନିୟମ ଅନୁସାରେ, ଦେଶର ଟେନିସ୍ ସହ ଜଡ଼ିତ କୌଣସି ବ୍ୟକ୍ତିବିଶେଷ ବେଟିଂ କମ୍ପାନୀର କୌଣସି ବ୍ୟାବସାୟିକ ସମ୍ପର୍କ ରଖିପାରିବେ ନାହିଁ । ଏହି ମାମଲାର ତଦନ୍ତ ସମୟରେ ଫିଲିପୌସିସ୍ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରିଥିବା ଆଇଟିଆଇଏ ପକ୍ଷରୁ ସିଇଓ କାରେନ୍ ମୁର୍‌ହାଉସ୍ କହିଛନ୍ତି । ସୂଚନାଯୋଗ୍ୟ ଯେ ୪୬ ବର୍ଷୀୟ ଫିଲିପୌସିସ୍ ୧୯୯୮ ୟୁଏସ୍ ଓପନ୍ ଫାଇନାଲ୍‌ରେ ପ୍ୟାଟ୍ ରାଫ୍ଟରଙ୍କଠାରୁ ଓ ୨୦୦୩ ୱିମ୍ବଲଡନ୍ ଓପନ୍ ଫାଇନାଲ୍‌ରେ ରୋଜର୍ ଫେଡେରର୍‌ଙ୍କଠାରୁ ପରାସ୍ତ ହୋଇଥିଲେ । ସେହିପରି କୋଚ୍ ଭାବେ ସେ ଗ୍ରୀସ୍‌ର ଷ୍ଟେଫାନୋସ୍ ସିଟ୍‌ସିପାସ୍‌ଙ୍କ ସହ କାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking