ଲାହୋର୍ :ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ଗ୍ରାଣ୍ଡ୍ ବ୍ରାଡ୍ବର୍ଣ୍ଣଙ୍କୁ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି । ସେ ଏହି ପଦବୀରେ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବେ । ସେହିପରି ପୂର୍ବତନ ସାଉଥ୍ ଆଫ୍ରିକୀୟ କ୍ରିକେଟର୍ ଆଣ୍ଡ୍ର୍ୟୁ ପୁଟିକ୍ଙ୍କୁ ଦୁଇ ବର୍ଷ ପାଇଁ ବ୍ୟାଟିଂ କୋଚ୍ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଆହୁରି ଡ୍ରିକସ୍ ସାଇମାନ୍ ଓ କ୍ଲିଫ୍ ଡିକନ୍ଙ୍କୁ ଯଥାକ୍ରମେ ଷ୍ଟ୍ରେନ୍ଥ ଓ କଣ୍ଡିସନ୍ସିଂ କୋଚ୍ ଓ ଫିଜିଓ ଭାବେ ନିଯୁକ୍ତି ଦିଆଯାଇଥିବା ପିସିବି ପକ୍ଷରୁ ସୂଚନା ଦିଆଯାଇଛି ।
ନ୍ୟୁଜିଲାଣ୍ଡ୍ର ବ୍ରାଡ୍ବର୍ଣ୍ଣ ନିକଟରେ ପାକିସ୍ତାନ ଦଳ ପାଇଁ ନ୍ୟୁଜିଲାଣ୍ଡ୍ ବିପକ୍ଷ ଘରୋଇ ସିରିଜ୍ରେ କନ୍ସଲଟାଣ୍ଟ୍ ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ସେ ନ୍ୟୁଜିଲାଣ୍ଡ୍ ଦଳର ଫିଲ୍ଡିଂ କୋଚ୍ ଦାୟିତ୍ୱରେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ରହିଥିଲେ । ଏହାପରେ ସେ କୋଚ୍ମାନଙ୍କୁ ପ୍ରଶିକ୍ଷଣ ଦେବା ସକାଶେ ନାସନାଲ୍ କ୍ରିକେଟ୍ ଏକାଡେମୀ ଦାୟିତ୍ୱରେ ରହିଥିଲେ । ପାକିସ୍ତାନର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇବା ପୂର୍ବରୁ ବ୍ରାଡ୍ବର୍ଣ୍ଣ ସ୍କଟ୍ଲାଣ୍ଡ୍ ପୁରୁଷ ଦଳର ମୁଖ୍ୟ କୋଚ୍ ଦାୟିତ୍ୱରେ ଥିଲେ ।