30.1 C
Bhubaneswar
Saturday, May 4, 2024
Homeଖେଳନ୍ୟୁଜିଲାଣ୍ଡ ବୋର୍ଡର କଣ୍ଟ୍ରାକ୍ଟ ସମାପ୍ତ କଲେ ବୋଲ୍ଟ

ନ୍ୟୁଜିଲାଣ୍ଡ ବୋର୍ଡର କଣ୍ଟ୍ରାକ୍ଟ ସମାପ୍ତ କଲେ ବୋଲ୍ଟ

କ୍ରାଏଷ୍ଟଚର୍ଚ୍ଚ : ନ୍ୟୁଜିଲାଣ୍ଡ ଫାଷ୍ଟ୍ ବୋଲର୍ ଟ୍ରେଣ୍ଟ ବୋଲ୍ଟ କିୱି ବୋର୍ଡ ସହ ନିଜର କଣ୍ଟ୍ରାକ୍ଟ ସମାପ୍ତ କରିଛନ୍ତି । ନିଜ ପରିବାରକୁ ଅଧିକ ସମୟ ଦେବା ସହ ବ୍ୟସ୍ତବହୁଳ କ୍ରିକେଟ୍ କାର୍ଯ୍ୟସୂଚୀ ଯୋଗୁଁ ଥକିପଡ଼ିବା କାରଣରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ୩୩ ବର୍ଷୀୟ ଫାଷ୍ଟ୍ ବୋଲର୍ ଘରୋଇ କ୍ରିକେଟ୍ ଜାରି ରଖିବେ । କଣ୍ଟ୍ରାକ୍ଟ ସମାପ୍ତ କରିବା ପରେ ବୋଲ୍ଟ ଏବେ ନ୍ୟୁଜିଲାଣ୍ଡ ଟିମ୍‌ର ସଦସ୍ୟ ନୁହଁନ୍ତି ଏବଂ ଯେବେ ସେ ଉପଲବ୍ଧି ହେଲେ ସେବେ ଟିମ୍‌ରେ ତାଙ୍କର ଚୟନ କରାଯାଇପାରେ । ବୋଲ୍ଟ ଏବେ ସୀମିତ ଓଭର ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି । ଏହି ଫର୍ମାଟ୍‌କୁ ମଧ୍ୟ ଦୀର୍ଘଦିନ ପରେ ତାଙ୍କର ପ୍ରତ୍ୟାବର୍ତ୍ତନ ଘଟିଛି । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୫୪୮ ୱିକେଟ୍ ନେଇଥିବା ଏହି ବୋଲର୍ ଅଚାନକ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ସମାପ୍ତ କରି କ୍ରିକେଟ୍ ପରିଚାଳନା କରୁଥିବା ପ୍ରଶାସକଙ୍କୁ ପୁଣିଥରେ କାଠଗଡ଼ାରେ ଛିଡ଼ା କରାଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ପୁଣିଥରେ କ୍ରିକେଟ୍‌ର ବହୁ ବ୍ୟସ୍ତବହୁଳ କାର୍ଯ୍ୟକ୍ରମର ପ୍ରସଙ୍ଗକୁ ଉଜାଗର କରିଛି।

ଉଲ୍ଲେଖଯୋଗ୍ୟ, ୨୧ ଦିନ ତଳେ ଇଂଲଣ୍ଡ ଅଲ୍‌ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ଦିନିକିଆ କ୍ରିକେଟ୍‌ରୁ ଅବସର ନେଇଥିଲେ । କ୍ରିକେଟ୍‌ର ତିନୋଟିଯାକ ଫର୍ମାଟ୍‌ରେ ଏବେ ଖେଳିବା କଷ୍ଟକର ବ୍ୟାପାର ବୋଲି ସେ କହିଥିଲେ । ବୋଲ୍ଟ କହିଛନ୍ତି, ଦେଶ ପାଇଁ କ୍ରିକେଟ୍ ଖେଳିବା ଏକ ଗର୍ବର ବିଷୟ । ଏହା ମୋର ଏକ ସ୍ୱପ୍ନ ଥିଲା, ଯାହା ପୂରା ହୋଇଛି । ଗତ ୧୨ ବର୍ଷ ଧରି ମୁଁ ଖେଳୁଛି । ଏବେ ନିଜ ପରିବାର ପାଇଁ ସମୟ ଦେବାକୁ ଚାହୁଁଛି । ଏ ନିଷ୍ପତ୍ତି ମୋ ପତ୍ନୀ ଏବଂ ୩ ସନ୍ତାନଙ୍କ ପାଇଁ ନେଇଛି। ମୋ ପରିବାର ମୋ ପାଇଁ ସର୍ବପ୍ରଥମ ଏବଂ ସେମାନଙ୍କୁ ମୋର ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି, ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରୁ ବାହାରିଯିବା ନିଷ୍ପତ୍ତି ମୁଁ ନିଜେ ନେଇଛି ।

ମୋର ଅନୁପସ୍ଥିତିର ପ୍ରଭାବ ଟିମ୍ ଉପରେ ନିଶ୍ଚୟ ପଡ଼ିବ । ମାତ୍ର ଜଣେ ଫାଷ୍ଟ୍ ବୋଲର୍‌ଙ୍କ କ୍ୟାରିୟର୍ ଅଧିକ ଲମ୍ବା ହୋଇନଥାଏ । ନିଜର ପରବର୍ତ୍ତୀ ପଦକ୍ଷେପ ପାଇଁ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଏହା ପ୍ରକୃତ ସମୟ । ଟ୍ରେଣ୍ଟ୍ ବୋଲ୍ଟ ଏବେ ଦିନିକିଆ କ୍ରିକେଟ୍‌ର ନମ୍ବର ଏକ ବୋଲର୍ ଅଛନ୍ତି । ନିକଟରେ ଆଇସିସି ପକ୍ଷରୁ ପ୍ରକାଶିତ ର‌୍ୟାଙ୍କିଙ୍ଗ୍‌ରେ ସେ ଜସ୍‌ପ୍ରୀତ୍ ବୁମ୍‌ରାଙ୍କୁ ପଛରେ ପକାଇ ନମ୍ବର ଏକ ହୋଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ୭୮ ଟେଷ୍ଟ, ୯୩ ଦିନିକିଆ ଏବଂ ୪୪ ଟି-୨୦ ମ୍ୟାଚ୍ ଖେଳିଥିବା ବୋଲ୍ଟ ଟେଷ୍ଟ୍ କ୍ରିକେଟ୍‌ରେ ୩୧୭ ୱିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ଦିନିକିଆରେ ୧୬୯ ଏବଂ ଟି-୨୦ରେ ୬୨ ୱିକେଟ୍ ତାଙ୍କ ନାମରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking