30.1 C
Bhubaneswar
Wednesday, April 24, 2024
Homeଖେଳମୁମ୍ବାଇ ଇଣ୍ଡିଆନ୍ସର ନୂଆ ଫ୍ରାଞ୍ଚାଇଜିର ନାମ ଘୋଷଣା

ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଫ୍ରାଞ୍ଚାଇଜିର ନାମ ଘୋଷଣା

ଏମ୍‌ଆଇ ଏମିରେଟ୍ସ, ଏମ୍‌ଆଇ କେପ୍ ଟାଉନ୍ ଫ୍ରାଞ୍ଚାଇଜି ଉନ୍ମୋଚିତ
ମୁମ୍ବାଇ: ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବୁଧବାର ୟୁଏଇ ଅନ୍ତର୍ଜାତୀୟ ଟି-୨୦ ଲିଗ୍ ଏବଂ ସାଉଥ୍ ଆଫ୍ରିକା ଟି-୨୦ ଲିଗ୍‌ରେ ନିଜର ଫ୍ରାଞ୍ଚାଇଜି ନାମ ଘୋଷଣା କରିଛି । ଦୁଇ ଫ୍ରାଞ୍ଚାଇଜି ନାମ ଏମ୍‌ଆଇ ଏମିରେଟ୍ ଏବଂ ଏମ୍‌ଆଇ କେପ୍ ଟାଉନ୍ ହେବ ବୋଲି କର୍ପୋରେଟ୍ ହାଉସ୍ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି । ଏମ୍‌ଆଇ ଏମିରେଟ୍ସ ୟୁଏଇ ଇଣ୍ଟନାସ୍‌ନାଲ୍ ଟି-୨୦ ଲିଗ୍‌ର ଅଂଶ ହୋଇଥିବା ବେଳେ ଏମ୍‌ଆଇ କେପ୍ ଟାଉନ୍ କ୍ରିକେଟ୍ ସାଉଥ୍ ଆଫ୍ରିକା ଟି-୨୦ ଲିଗ୍‌ରେ ଭାଗନେବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଡାଇରେକ୍ଟର ନୀତା ଅମ୍ବାନୀ କହିଛନ୍ତି, ଏମ୍‌ଆଇ ଏମିରେଟ୍ସ ଏବଂ ଏମ୍‌ଆଇ କେପ୍ ଟାଉନ୍‌କୁ ଆମର ୱାନ୍‌ଫ୍ୟାମିଲିକୁ ସ୍ୱାଗତ କରିବାକୁ ନେଇ ମୁଁ ବେଶ୍ ଖୁସି ଅନୁଭବ କରୁଛି । ଉଭୟ ଫ୍ରାଞ୍ଚାଇଜି ଏମ୍‌ଆଇର ଗ୍ଲୋବାଲ୍ କ୍ରିକେଟ୍ ଲିଗାସୀକୁ ନୂତନ ଉଚ୍ଚତାରେ ପହଞ୍ଚାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking