28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଭିଷ୍ଟାରା ବିମାନକୁ ବୋମା ଧମକ; ଶ୍ରୀନଗରରେ ଅବତରଣ

ଭିଷ୍ଟାରା ବିମାନକୁ ବୋମା ଧମକ; ଶ୍ରୀନଗରରେ ଅବତରଣ

ନୂଆଦିଲ୍ଲୀ : ଭିଷ୍ଟାରା ବିମାନକୁ ମିଳିଛି ବୋମା ଧମକ । ଏହା ଶୁକ୍ରବାର (ମେ ୩୧) ଦିନ ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବାବେଳେ ବୋମା ଧମକ ଆସିଥିଲା । ​​ଏହିଂ ବିମାନରେ ୧୭୭ ଯାତ୍ରୀ ଏବଂ ଜଣେ ଶିଶୁ ଥିବାର ସୂଚନା ମିଳିଛି । ବିମାନ ଏବଂ ସୁରକ୍ଷା ବାହିନୀ ଏହା ଉପରେ ତୁରନ୍ତ ପଦକ୍ଷେପ ନେଇଥିଲେ। ବିମାନ ନମ୍ବର UK611 ରାତି ପ୍ରାୟ ୧୨:୧୦ ରେ ଶ୍ରୀନଗର ବିମାନବନ୍ଦରରେ ନିରାପଦରେ ଅବତରଣ କଲା । ସୂତ୍ରରୁ ପ୍ରକାଶ ଯେ, “ଭିଷ୍ଟାରା ବିମାନ UK611 ନୂଆଦିଲ୍ଲୀରୁ ଆସୁଥିଲା ଏବଂ ଧମକ ଖବର ଜାଣିବା ପରେ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ଶ୍ରୀନଗର ଏହି କଲ୍ ଗ୍ରହଣ କରିଥିଲା ।” ଏହିପରି ଧମକ ପାଇଁ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍ ଅନୁସରଣ କରି ବିମାନଟି ଅବତରଣ କରିବା ପରେ ତୁରନ୍ତ ଏକ ବିଚ୍ଛିନ୍ନ ସ୍ଥାନକୁ ପଠାଗଲା । ବିମାନଟି ଏକ ନିଛାଟିଆ ସ୍ଥାନକୁ ନିଆଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି ଏବଂ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ପ୍ରାଥମିକତା ଉପରେ ପରିସ୍ଥିତି ନିୟନ୍ତ୍ରଣ କରାଯାଉଛି। ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି, “ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅଲଗା ଅଲଗା ସ୍ଥାନରେ ରଖାଯାଇଥିଲା। ବର୍ତ୍ତମାନ ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ବିମାନର ସଠିକ୍ ସୁରକ୍ଷା ଯାଞ୍ଚ କରାଯାଇଛି।” ଏହି ସମୟ ମଧ୍ୟରେ ପ୍ରୋଟୋକଲ୍ ଅନୁସରଣ କରାଯାଇଥିଲା, ବିମାନ ଯାଞ୍ଚ ପାଇଁ ବୋମା ନିଷ୍କାସନ ସ୍କ୍ୱାଡ଼ ନିୟୋଜିତ କରାଯାଇଥିଲା ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ବିମାନରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନଥିଲା। ସୂଚନାନୁସାରେ, ନକଲି କଲ ପାଇବା ପରେ ଶ୍ରୀନଗର ବିମାନ ବନ୍ଦରରେ ବିମାନ ଚଳାଚଳ ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ବିମାନର ଉଡାଣ କାର‌୍ୟ୍ୟ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking