31.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶଦିଲ୍ଲୀ ସ୍କୁଲକୁ ‘ବୋମା’ ଧମକ

ଦିଲ୍ଲୀ ସ୍କୁଲକୁ ‘ବୋମା’ ଧମକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଏକ ସ୍କୁଲକୁ ବୋମା ଧମକ ମିଳିଛି । ଏହାକୁ ନେଇ ସ୍କୁଲରେ ଭୟର ବାତାବରଣ ଖେଳିଯାଇଥିଲା, ଯାହାପରେ ସ୍କୁଲ କ୍ୟାମ୍ପସ୍‌କୁ ତୁରନ୍ତ ଖାଲି କରି ଦିଆଯାଇଥିଲା । ଏହି ଘଟଣା ଦକ୍ଷିଣ ଦିଲ୍ଲୀର ଆରକେ ପୁରମ୍‌ସ୍ଥିତ ଏକ ସ୍କୁଲର । ସୂଚନା ମୁତାବକ, ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ନେଇ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା । ଏ ସମ୍ପର୍କରେ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଆକ୍ସନ ମୁଡ୍‌?କୁ ଆସିଥିଲା । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ, ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ପହଞ୍ଚିଥିଲା । ମିଳିଥିବା ଖବର ଅନୁସାରେ, ଇମେଲ୍‌ରେ କୁହାଯାଇଥିଲା କି, ପ୍ରଧାନ ଆଚାର୍ଯ୍ୟଙ୍କ କକ୍ଷ ଆଖପାଖରେ ବୋମା ରଖାଯାଇଛି ।

ସକାଳେ ଏହି ଧମକ ମିଳିଥିଲା । ଏହାପରେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ସର୍ଚ୍ଚ ଅପରେସନରେ କିଛି ବି ମିଳି ନ ଥିଲା । ତେଣୁ ଏହି ଖବର ମିଥ୍ୟା ବୋଲି କୁହାଯାଇଥିଲା । ଆର୍‌କେ ପୁରମ୍‌ର ସେକ୍ସର-୩ସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ସ୍କୁଲକୁ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ପୋଲିସ ତଦନ୍ତ ଆରମ୍ଭ କରି ମେଲ୍‌?ର ଆଇପି ଠିକଣା ସହ ଅନ୍ୟାନ୍ୟ ଟେକ୍ନିକାଲ୍ ସୂଚନା ସଂଗ୍ରହ କରିବାରେ ଲାଗିଛି । ତେବେ ସ୍କୁଲ ପ୍ରଶାସନ ଆଶଙ୍କା କରୁଛି ଯେ ଏହି ଘଟଣା କୌଣସି ଦୁଷ୍ଟ ପିଲା କରିଥାଇପାରେ । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ଏହିପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଚଳିତ ବର୍ଷ ଏପ୍ରିଲ ୧୨ରେ ଦିଲ୍ଲୀର ଡିଫେନ୍ସ କଲୋନୀରେ ଥିବା ଇଣ୍ଡିଆନ ସ୍କୁଲକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking