29.1 C
Bhubaneswar
Monday, June 24, 2024
Homeଦେଶ ବିଦେଶମିଥ୍ୟା ପ୍ରମାଣିତ ହେଲା ଦିଲ୍ଲୀ ଗୃହ ମନ୍ତ୍ରଣାଳୟକୁ ଆସିଥିବା ବୋମା ଧମକ

ମିଥ୍ୟା ପ୍ରମାଣିତ ହେଲା ଦିଲ୍ଲୀ ଗୃହ ମନ୍ତ୍ରଣାଳୟକୁ ଆସିଥିବା ବୋମା ଧମକ

ନୂଆଦିଲ୍ଲୀ: ଅପରାହ୍ନ ସାଢ଼େ ୩ଟାରେ ଏକ ଧମକପୂର୍ଣ୍ଣ ଇମେଲ୍‌ ଆସିଥିଲା ! ଏହି ଇମେଲ ଜରିଆରେ ମନ୍ତ୍ରାଳୟ ଭିତରେ ବୋମା ଥିବା ନେଇ କୁହାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟର କାର୍ଯ୍ୟାଳୟ ଥିବା ନର୍ଥ ବ୍ଲକ୍‌ରେ ବୋମା ରହିଥିବା ନେଇ ଆଜି ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଯାଞ୍ଚ କରିବା ପରେ ପୁଲିସ ଏହାକୁ ମିଛ ବୋଲି କହିଛି। ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ) କହିଛି ଯେ ବ୍ୟାପକ ଯାଞ୍ଚ ପରେ ଏହା ଏକ ମିଥ୍ୟା ଧମକ ଥିଲା ବୋଲି ପ୍ରମାଣିତ ହୋଇଛି । ଇମେଲ୍‌ର ଉତ୍ପତ୍ତି ତଥା ଆଇପି ଠିକଣା ସଂପର୍କରେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ସନ୍ଧାନୀ କୁକୁର ଓ ବୋମା ସ୍କ୍ବାଡ୍ ନର୍ଥ ବ୍ଲକ୍‌ରେ ବ୍ୟାପକ ତଲାସୀ କରିଥିଲେ। ସୂଚନାଯୋଗ୍ୟ, ଗତ ମାସକ ମଧ୍ୟରେ ସ୍କୁଲ, ହସ୍ପିଟାଲ, ବିମାନବନ୍ଦର ଓ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ସମେତ ଅନେକ ଅନୁଷ୍ଠାନକୁ ଧମକପୂର୍ଣ୍ଣ ମେଲ୍ ଆସିବା ପରେ ଏହାକୁ ନେଇ ବ୍ୟାପକ ତଲାସୀ ହୋଇଛି। ମେ’ ପହିଲାରେ ଦିଲ୍ଲୀର ପ୍ରାୟ ୧୦୦, ନୋଏଡାର ୨ଟି ଏବଂ ଲକ୍ଷ୍ନୌର ଗୋଟିଏ ସ୍କୁଲକୁ ଇମେଲ୍ ଜରିଆରେ ବୋମା ଧମକ ମିଳିବା ପରେ ଆତଙ୍କ ଖେଳିଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ମେ ୨୧ ତାରିଖରେ ଏହି ଇମେଲ୍‌ଗୁଡ଼ିକର ଆଇପି ଠିକଣା ବୁଡାପେଷ୍ଟରେ ଠାବ କରାଯାଇଥିଲା । ଦିଲ୍ଲୀ ପୁଲିସ କହିଛି ଯେ ଅଧିକ ତଦନ୍ତ ପାଇଁ ଖୁବ୍ ଶୀଘ୍ର ହଙ୍ଗେରୀରେ ଥିବା ଏହାର ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking