28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶରାଜସ୍ଥାନର ୮ ସ୍କୁଲ୍‌କୁ ବୋମା ଧମକ’ ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇଦେଲେ କର୍ତ୍ତୃପକ୍ଷ

ରାଜସ୍ଥାନର ୮ ସ୍କୁଲ୍‌କୁ ବୋମା ଧମକ’ ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇଦେଲେ କର୍ତ୍ତୃପକ୍ଷ

ଜୟପୁର: ଦିନକ ପୂର୍ବେ ରାଜଧାନୀ ଦିଲ୍ଲୀ ଭଳି ରାଜସ୍ଥାନର ଜୟପୁର ବିମାନବନ୍ଦର ଏବଂ କେତେକ ହସ୍ପିଟାଲକୁ ମଧ୍ୟ ବୋମାମାଡ଼ ଧମକ ମିଳିଥିଲା । ତେବେ ଏହାକୁ ନେଇ ରାଜ୍ୟ ପୁଲିସ୍ ସତର୍କ ହୋଇଉଠିବା ସହ ଚାରିଆଡେ ତନ୍ନ ତନ୍ନ କରି ଯାଞ୍ଚ୍ ପ୍ରକ୍ରିୟା ମଧ୍ୟ କରିଥିଲା । କିନ୍ତୁ ଏସବୁ ସ୍ଥାନରୁ ସେଭଳି କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନଥିଲା । ଏହାର ଠିକ୍ ଦିନକ ପରେ ଅର୍ଥାତ୍ ଆଜି ପୁଣି ଥରେ ଜୟପୁର ସହରକୁ ବୋମା ଧମକ ମଳିଛି । ରିପୋର୍ଟ ଅନୁସାରେ ସହରର ୮ଟି ସ୍କୁଲରେ ବୋମା ବିସ୍ଫୋରଣ କରାଯିବ ବୋଲି ଧମକ ଦିଆଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ସୂଚୀତ କରାଯାଇଥିଲା । ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ସୁରକ୍ଷିତ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । ଏଥିରେ ସହର ପୁଲିସ୍ ମଧ୍ୟ ସହଯୋଗ କରିଥିଲା । ଅନ୍ୟପକ୍ଷେ ପୁଲିସ୍ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ ସନ୍ଧାନୀ କୁକୁର ସ୍କ୍ୱାଡ୍ ସହ ଛାନ୍‌ବିନ୍ କରିବା ଆରମ୍ଭ କରିଦେଇଥିଲେ । ଆଜି ଦିନ ତମାମ ଏହି ପ୍ରକ୍ରିୟା ଜାରି ରହିଥିଲା । ପୂର୍ବ ଜୟପୁରର ଡିସିପି କଭେନ୍ଦ୍ର ସାଗର କହିଛନ୍ତି, ମହେଶ୍ୱରୀ ବିଦ୍ୟାଳୟ (ଏମପିଏସ୍ ଅନ୍ତର୍ଜାତୀୟ ସ୍କୁଲ) ସମେତ ସହରର ଅନ୍ୟ କିଛି ବଡ଼ ଘରୋଇ ବିଦ୍ୟାଳୟକୁ ବୋମାମାଡ଼ କରାଯିବା ନେଇ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା । ତେବେ ଏହି ଇ-ମେଲ୍ କେଉଁଠୁ ଏବଂ କେଉଁ ଆଇଡିରୁ ଆସିଛି ସେନେଇ ଏବେ ତଦନ୍ତ କରାଯାଉଛି । ଛାନ୍‌ବିନ୍ ସମୟରେ ସ୍କୁଲ ପରିସର କିମ୍ବା ବିଲ୍ଡିଂ ଭିତରୁ ସେପରି କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନଥିବା ଡିସିପି ସାଗର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking