29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ବୋମାମାଡ, ସିଲଂରେ କର୍ଫ୍ୟୁ

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ବୋମାମାଡ, ସିଲଂରେ କର୍ଫ୍ୟୁ

ସିଲଂ: ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଘର ଉପରେ ପେଟ୍ରୋଲ ବୋମା ଫିଙ୍ଗାଯାଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ମେଘାଳୟର ପୂର୍ବତନ ବିଦ୍ରୋହୀ ନେତା ଚେରିଶଷ୍ଟାରଫିଲ୍ଡ ଥାଙ୍ଗଖ୍ୟୁଙ୍କ ମୃତ୍ୟୁ ପରେ କିଛି ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଥିବା ଆଶଙ୍କା କରାଯାଉଛି। ଥାଙ୍ଗଖ୍ୟୁଙ୍କ ମୃତ୍ୟୁ ପରେ ହିଂସା ବୃଦ୍ଧି ପାଇଛି। ଏହାମଧ୍ୟରେ ଦୁର୍ବୃତ୍ତମାନେ ଥ୍ରୀମାଇଲ୍ ସିଲଂ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭାବନ ଉପରେ ପେଟ୍ରୋଲ ବମ୍ ମାଡ କରିଛନ୍ତି। ଏହି ଘଟଣା ପରେ ସିଲଂରେ କର୍ଫ୍ୟୁ ଲଗାଯାଇଛି। ରାଜ୍ୟର ଅନେକ ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ଏହି କର୍ଫ୍ୟୁ ଅଗଷ୍ଟ ୧୭ ଯାଏଁ ଜାରି ରହିବ ବୋଲି ସରକାର କହିଛନ୍ତି।

ସୂଚନାଯୋଗ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଥାଙ୍ଗଖ୍ୟୁଙ୍କ ମୃତ୍ୟୁ ପରେ ହିଂସା ବଢିଚାଲିଛି। ରାଜ୍ୟରେ ବିଗୁଡୁଥିବା ପରିସ୍ଥିତି ମଧ୍ୟରେ ରବିବାର ସନ୍ଧ୍ୟାରେ ଗୃହମନ୍ତ୍ରୀ ଲଖନ ରିମ୍ବୁଇ ଇସ୍ତଫା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସାଙ୍ଗମାଙ୍କୁ ଲେଖିଥିବା ଚିଠିରେ ସେ କହିଥିଲେ ଯେ, ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ପୁଲିସ ଥାଙ୍ଗଖ୍ୟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳେ ତାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଥିଲା। ସେ ଆହୁରି କହିଛନ୍ତି ଯେ, ତାଙ୍କୁ ଗୃହ ବିଭାଗରୁ ମୁକ୍ତି ପ୍ରଦାନ କରାଯାଉ। ଏହି ଘଟଣାର ସତ୍ୟତା ଯାଞ୍ଚ ପାଇଁ ତଦନ୍ତ ହେବ। ଏହାସହ ସେ ନ୍ୟାୟିକ ପ୍ରକ୍ରିୟାରେ ତଦନ୍ତ ପାଇଁ ଅପିଲ କରିଛନ୍ତି। ଏପରିକି ତାଙ୍କ ୟୁନାଇଟେଡ ଡେମୋକ୍ରାଟିକ୍ ପାର୍ଟି ମଧ୍ୟ ଇସ୍ତଫା ଉପରେ ସମ୍ମତି ପ୍ରକାଶ କରିଥିବା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking