20.1 C
Bhubaneswar
Saturday, November 23, 2024
Homeମନୋରଞ୍ଜନଗୀତରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବାରୁ ନିଜ ଫ୍ୟାନ୍ସମାନଙ୍କୁ କ୍ଷମା ମାଗିଲେ ବଲିଉଡ ରାପ୍‌ ସିଙ୍ଗର୍‌...

ଗୀତରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବାରୁ ନିଜ ଫ୍ୟାନ୍ସମାନଙ୍କୁ କ୍ଷମା ମାଗିଲେ ବଲିଉଡ ରାପ୍‌ ସିଙ୍ଗର୍‌ ବାଦଶାହ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଗୀତ ‘ସନକ୍’ ପାଇଁ ବିବାଦରେ ଛନ୍ଦି ହୋଇଥିବା ଲୋକପ୍ରିୟ ବଲିଉଡ ରାପ୍‌ ସିଙ୍ଗର୍‌ ବାଦଶାହ ଶେଷରେ କ୍ଷମା ମାଗିଛନ୍ତି । ବାଦଶାହ ଆଲବମ୍ ଗୀତରେ ସହ ଭଗବାନ ଶିବଙ୍କ ନାମ ସହ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧର ସାମ୍ନା କରିବା ପରେ ଶେଷରେ କ୍ଷମା ମାଗିଛନ୍ତି ବାଦଶାହ । ଏଥିସହ ଗୀତର ନୂତନ ସଂସ୍କରଣ ସହ କିଛି ଅନ୍ତରା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗାୟକ ।

ବାଦଶାହ ତାଙ୍କର ନୂତନ ଆଲବମ୍ ସନକକୁ ନେଇ ବିବାଦରେ ଛନ୍ଦି ହୋଇଥିଲେ । ଏହାକୁ ଉଜ୍ଜୈନ ମହାକାଳ ମନ୍ଦିରର ପୁରୋହିତ ଏବଂ ହିନ୍ଦୁ ସଂଗଠନ ବାଦଶାହଙ୍କ ନିନ୍ଦା କରିବା ସହ ଦୃଢ ବିରୋଧ କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ସୋମବାର ଗୀତ ପାଇଁ କ୍ଷମା ମାଗିଛନ୍ତି ରାପର ବାଦଶାହ । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ବାଦଶାହ ଲେଖିଛନ୍ତି,”ଏହା ମୋ ନଜରକୁ ଆସିଛି ଯେ ମୋର ସଦ୍ୟ ପ୍ରକାଶିତ ଗୀତ ସନକ କିଛି ଲୋକଙ୍କ ଭାବନାକୁ ଆଘାତ ଦେଇଛି । ମୁଁ କଦାପି ଜାଣିଶୁଣି କିମ୍ବା ଅଜାଣତରେ କାହାର ଭାବନାକୁ ଆଘାତ ଦେଇ ନାହିଁ, ଏହାକୁ ଆନ୍ତରିକତା ଏବଂ ଉତ୍ସାହ ସହ ଆଣିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସର୍ବଦା ସମସ୍ତଙ୍କୁ ସମ୍ମାନ ଜଣାଉଛି । “ମୁଁ ଗୀତର କିଛି ଅଂଶ ପରିବର୍ତ୍ତନ କରିବାକୁ ଏବଂ କାହାକୁ ଆଘାତ ନକରିବାକୁ ସମସ୍ତ ଡିଜିଟାଲ୍ ପ୍ଲାଟଫର୍ମରେ ଏହି ଗୀତକୁ ଏକ ନୂତନ ସଂସ୍କରଣ ସହ ବଦଳାଇବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ କିଛି ଦିନ ଲାଗିବ । ଏହି ସମୟ ମଧ୍ୟରେ ମୁଁ ସମସ୍ତଙ୍କୁ ଧୈର୍ଯ୍ୟବାନ ହେବାକୁ କହୁଛି ଏବଂ ମୁଁ ଏନେଇ କ୍ଷମା ମାଗୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking