29.1 C
Bhubaneswar
Saturday, May 4, 2024
Homeଓଡିଶାପତ୍ନୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କଲେ ଗୋବିନ୍ଦା

ପତ୍ନୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କଲେ ଗୋବିନ୍ଦା

ପୁରୀ: ବଲିଉଡ ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ଧର୍ମପତ୍ନୀ ଆଜି ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅତି ନିକଟରୁ ଦର୍ଶନ କରିବା ପରେ ବିଭୋର ହୋଇଯାଇଥିଲେ ଗୋବିନ୍ଦା । ଶ୍ରୀଜିଉଙ୍କ ଦର୍ଶନ କରି ସେ ଧନ୍ୟମନେ କରିବା ସହ ମହାପ୍ରଭୁଙ୍କ ଦର୍ଶନ ପରେ ସେ ସମସ୍ତ ବନ୍ଧନରୁ ମୁକ୍ତ ହୋଇଛନ୍ତି ବୋଲି କହିଥିଲେ । ରାଜନିତୀରୁ ସବୁଦିନ ପାଇଁ ସେ ଓହରିଯାଇଛନ୍ତି ବୋଲି କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଐତିହ୍ୟ କରିଡର ମଧ୍ୟରେ ଫଟୋ ଉଠାଇଥିଲେ । ମହାପ୍ରଭୁଙ୍କ ଦର୍ଶନର ସାନିଧ୍ୟ ଏପରି ବାରମ୍ବାର ଆସୁ ବୋଲି ସେ କହିଥିଲେ । ବିତରଛୁ ମହାପାତ୍ର , ଭବାନୀଶଙ୍କର ମହାପାତ୍ର ତାଙ୍କୁ ସ୍ୱାଗତ କରିବା ସହ ସମସ୍ତ ପୂଜାର୍ଚ୍ଚନା କରାଇଥିଲେ । ଏହି ଅବସରରୁ ଗୋବିନ୍ଦାଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପ୍ରଦାନ କରିଥିଲେ ସେବାୟତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking