17.1 C
Bhubaneswar
Monday, November 25, 2024
Homeଓଡିଶାକଲେଜ ଛାତଙ୍କୁ ଅକ୍ରମଣ ଘଟଣା, ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିଜୁ ଛାତ୍ର ଜନତା ଦଳର...

କଲେଜ ଛାତଙ୍କୁ ଅକ୍ରମଣ ଘଟଣା, ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିଜୁ ଛାତ୍ର ଜନତା ଦଳର : ଛାତ୍ର କଂଗ୍ରେସ

ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଛାତ୍ର ଆକ୍ରମଣ ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର କିନ୍ତୁ ଦୁର୍ଭାଗ୍ୟ ସ୍ଥାନୀୟ ଛାତ୍ର ଓ ଯୁବ ଜନତା ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ଛାତ୍ର କଂଗ୍ରେସ କୁ ବଦନାମ କରିବା ପାଇଁ ଜିଲ୍ଲା ଛାତ୍ର କଂଗ୍ରେସକୁ ଏହି ମାଡ ଘଟଣାରେ ବଦନାମ କରୁଛନ୍ତି ବୋଲି ଆଜି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ସେ ନିଜ ବିବୃତ୍ତିରେ କହିଛନ୍ତି ଯେ ଦୁଇ ମାସ ତଳେ ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ଲାଟିନିୟ ଜୁବୁଲି ସମୟରେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଥିବା ନିମ୍ନମାନର କାମକୁ ନେଇ ବିଜୁ ଛାତ୍ର ଜନତା ଦଳ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଯାଇଥିଲା । ସେ ସମୟରେ ସେମାନେ ଅଭିଯୋଗ କଲାବେଳର ଫଟୋ ସହିତ ବିଭିନ୍ନ ଖବର କାଗଜରେ ତଥା ସାମାଜିକ ଗଣମାଧ୍ୟମରେ ନିଜର ପ୍ରଚାର କରିଥିଲେ ।

ସେହି ଫଟୋମାନଙ୍କରେ ରାଜେନ୍ଦ୍ର କଲେଜ ଛାତ୍ର ମାଡ ଘଟଣାରେ ଉଭୟ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋଚିତ୍ର ସ୍ପଷ୍ଟ ଭାବରେ ଅଛି । ତା ସତ୍ୱେ ମଧ୍ୟ ବିଜୁ ଛାତ୍ର ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ଛାତ୍ର କଂଗ୍ରେସକୁ ଏହି ଘଟଣାରେ ଦାୟୀ କରିବା “ଚୋର ଉଲଟା କୋତୱାଲ କୋ ଡାଟେଁ” ସଦୃଶ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାଡ ଘଟଣାରେ ଅଯଥା ରାଜନୈତିକକରଣ କରି ବିଜୁ ଛାତ୍ର ଜନତା ଦଳ ବିଶ୍ୱ ବିଦ୍ୟାଳୟ ପରିସରକୁ ଆହୁରି ବଦନାମ କରିବାରେ ବସିଛି । ଯଦି ବିଜୁ ଛାତ୍ର ଜନତା ଦଳର ଟିକିଏ ବି ଲଜ୍ଜା , ସରମ ଅଛି ଏବଂ ଯଦି ସେମାନେ ପ୍ରକୃତରେ ଛାତ୍ରମାନଙ୍କର ଭଲ ପାଇଁ କାମ କରୁଛନ୍ତି ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଦ୍ୱୟଙ୍କୁ ଶିଘ୍ର ଆଣି ପୋଲିସକୁ ହସ୍ତାନ୍ତର କରନ୍ତୁ । ଜିଲ୍ଲା ଛାତ୍ର କଂଗ୍ରେସ କିମ୍ବା କଂଗ୍ରେସ ଦଳ ଆଜି ପର୍ଯ୍ୟନ୍ତ କେବେ ହିଂସା ରାଜନୀତି କରିନାହିଁ ।

ଜିଲ୍ଲା ଛାତ୍ର କଂଗ୍ରେସ କେବଳ ଛାତ୍ରମାନଙ୍କ ସ୍ୱାର୍ଥ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ନ୍ୟାର୍ଯ୍ୟ ହକ୍ ପାଇଁ ଲଢେଇ ଜାରି ରଖିଥାଏ । ତେଣୁ ଏହି ଘଟଣାରେ ଛାତ୍ର କଂଗ୍ରେସକୁ ବଦନାମ କରିବା ର ହୀନ ଚକ୍ରାନ୍ତରୁ ସେମାନେ ଓହରି ଯାଆନ୍ତୁ ବୋଲି ଛାତ୍ର କଂଗ୍ରେସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking