29.4 C
Bhubaneswar
Thursday, May 15, 2025
Homeଓଡିଶାତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ୩୫ ଦାଦନ ଶ୍ରମିକ

ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ୩୫ ଦାଦନ ଶ୍ରମିକ

ବଲାଙ୍ଗିର :  ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ୍ କୁଖ୍ୟାତି ଅର୍ଜନ କରିସାରିଲାଣି। ଏଠାକାର ଅସହାୟ, ଗରିବ ଶ୍ରେଣୀର ଲୋକମାନେ ସର୍ଦ୍ଦାର୍, ଦଲାଲ ମାନଙ୍କ ମିଠା କଥା ଏବଂ ପଇସା ଲୋଭରେ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ସେଠାରେ ସେମାନ‌ଙ୍କୁ ଅକଥନୀୟ ଅତ୍ୟାଚାର ସହିବାକୁ ପଡୁଛି। ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଛି। ସଚେତନତାର ଅଭାବ ଏବଂ ପ୍ରଶାସନର ଅବହେଳା ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଛି। ଏପରି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୁହାସିଂହା ଗ୍ରାମର ଲକ୍ଷ୍ମଣ ସାହୁ, ପ୍ରମିଳା ସାହୁ, ବିଶାଖା ସାହୁ, ଜିତୁ ସାହୁ, ଚାଉଳବାଞ୍ଜୀ ଗାଁର ଶିବା ମାଝୀ ଏବଂ ଆହୁରି ଦାଦନ ଶ୍ରମିକ। ସୁଦୂର ତେଲେଙ୍ଗାନାରେ ଅକଥନୀୟ ନିର୍ଯ୍ୟାତନା ସହୁଛନ୍ତି।

ସୂଚନା ଅନୁଯାୟୀ,  ବେଲପଡ଼ା ବ୍ଲକର ଦାଦନ ସର୍ଦ୍ଦାର୍ ଡିଲେଶ୍ୱର ବେହେରା ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ମିଛ ପ୍ରତିଶ୍ରୁତି ଦେଇ ତେଲେଙ୍ଗାନାର ଏକ ଇଟାଭାଟିରେ ସମସ୍ତଙ୍କୁ ବିକ୍ରି କରି ଦେଇ ଫେରାର ଅଛନ୍ତି। ଏପଟେ ଇଟାଭାଟି ମାଲିକ ସଲିମ ସେଟ୍ ମହିଳା ଶ୍ରମିକମାନଙ୍କୁ ବେଶ୍ୟାଳୟରେ ବିକ୍ରି କରିଦେବି ବୋଲି ଧମକ ଦେଉଥିବା ଅଭିଯୋଗ ହୋଇଛି। ଏସବୁ ଦୁଃଖ କାହାଣୀ ଶ୍ରମିକମାନେ ଫୋନ୍ ମାଧ୍ୟମରେ ଜଣାଇଛନ୍ତି। ଏପରିକି ପୁରୁଷ ଶ୍ରମିକଙ୍କୁ ମାଡ ମଧ୍ୟ ମାରୁଥିବା ଅଭିଯୋଗ ହୋଇଛି। ତେଣୁ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଶ୍ରମିକମାନେ ସରକାରଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking