18.1 C
Bhubaneswar
Saturday, November 23, 2024
Homeଓଡିଶାସ୍ଥାନାନ୍ତରିତ କେସ୍ ଗୁଡିକୁ ବଲାଙ୍ଗିର କୋର୍ଟକୁ ଫେରାଇ ଆଣିବାକୁ ଦାବୀ କଲା ଆକ୍ସନ କମିଟି

ସ୍ଥାନାନ୍ତରିତ କେସ୍ ଗୁଡିକୁ ବଲାଙ୍ଗିର କୋର୍ଟକୁ ଫେରାଇ ଆଣିବାକୁ ଦାବୀ କଲା ଆକ୍ସନ କମିଟି

ବଲାଙ୍ଗିର – ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ, ବଲାଙ୍ଗିର କୋର୍ଟରୁ ସ୍ଥାନାନ୍ତରିତ ହେଉଥିବା ସବୁ ମାମଲା କୁ ତୁରନ୍ତ ବଲାଙ୍ଗିର କୋର୍ଟକୁ ଫେରାଇ ଆଣିବା ପାଇଁ ଦାବୀ କରାଯିବା ସହ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଯଦି ଫେବୃୟାରୀ ୨୮ ଭିତରେ ଆରମ୍ଭ ନ ହୁଏ ପୁଣି ଭୟାବହ ଆନ୍ଦୋଳନ କରିବା ପାଇଁ ଚେତାବନି ଦିଆଯାଇଛି । ଆହୁରି ,ବଲାଙ୍ଗିର ର ତିନି ପ୍ରମୁଖ ଦାବୀ ଯଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ବାଇପାସ ତଥା ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ରେ ବିଳମ୍ବ ନେଇ ବିଷଦ ଆଲୋଚନା କରାଯାଇଛି ।  ଏଥିରେ  ବଲାଙ୍ଗିରର ବିଭିନ୍ନ ସାମାଜିକ, ଜାତି ତଥା ରାଜନୈତିକ ସଂଗଠନର ନେତୃବୃନ୍ଦ ଉପସ୍ଥିତ ରହି ବର୍ତ୍ତମାନ ପରିସ୍ଥିତିରେ ବଲାଙ୍ଗିରର ନ୍ୟାୟୋଜିତ ଦାବୀମାନଙ୍କୁ ଉପେକ୍ଷା କରି ନିଜ ଦାୟିତ୍ୱହୀନତା ତଥା ହୀନମାନ୍ୟତା ର ପରିଚୟ ଦେଇଥିବା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବଲାଙ୍ଗିର ପ୍ରତି ବୈମାତୃକ ମନୋଭାବକୁ ଦୃଢ ନିନ୍ଦା କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ବହୁ ବର୍ଷ ଧରି ବନ୍ଦ ରହିଥିବା, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ  ୭୦% କାମ ଓ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ଏହି ପ୍ରକଳ୍ପ ଗତ ୧୯ ମାସ ଧରି କାର୍ଯ୍ୟ ବନ୍ଦ ରଖିବା ପରେ ଗତ ୩/୪ ଦିନ ତଳେ ନିଜେ ସିସି ଏହି ନିର୍ମାଣ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରଯିବା  ନେଇ ଘୋଷଣା କରିଛନ୍ତି ।  ସିସି ଓ ଜିଲ୍ଲା ପ୍ରଶାସନ ନିଜ ଅପାରଗତାକୁ ଲୁଚାଇବା ପାଇଁ ୩% ଜଳ ସେଚିତ ଏବଂ ଦାଦନ ପ୍ରବଣ ବଲାଙ୍ଗିର ଜନସାଧାରଣଙ୍କ ଭାବନା ସହ ଯେପରି ଭାବରେ ଖେଳିଛନ୍ତି ବୋଲି ବିଭିନ୍ନ ସଙ୍ଗଠନ ଦୃଢ ନିନ୍ଦା କରିବା ସହ ଆଗାମି ଦିନରେ ସମସ୍ତେ ଏକ ହୋଇ  ଭୟାବହ ଏବଂ ନିର୍ଣ୍ଣାୟକ ଆନ୍ଦୋଳନ କରିବା ପାଇଁ ଏକମତ ହୋଇଛନ୍ତି ।
ସେହିପରି ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ପାଇଁ ବଲାଙ୍ଗିର ଜନସାଧାରଣଙ୍କ ଦିର୍ଘ ଦିନର ଦାବୀ ପ୍ରତି ମଧ୍ୟ ରାଜ୍ୟ ସରକାର ଆଖିବୁଜି ଦେଇଛନ୍ତି । ନିଜ ନ୍ୟାୟ ଦାବୀକୁ ଉପସ୍ଥାପନ କରିବା ପାଇଂ ଓକିଲମାନେ କରୁଥିବା ଆନ୍ଦୋଳନକୁ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ଆଇନ ଏବଂ ମୋକଦ୍ଦମାର ଭୟ ଦେଖାଇ ଚପେଇ ଦେବାର ଅପଚେଷ୍ଟା କରିଛନ୍ତି । କିନ୍ତୁ ହାଇକୋର୍ଟ ବେଞ୍ଚ ର ପୁନଃ ସ୍ଥାପନ ଦାବୀ ପୁର୍ବବତ ଜାରି ରହିବ ବୋଲି ସୂଚିତ କରାଯାଇଛି । ଉକ୍ତ ଆଲୋଚନାରେ ସର୍ବ ସମ୍ମତିକ୍ରେ ପୂର୍ବ-ପରି ପ୍ରତି ତୃତୀୟ ବୁଧବାର ଏବଂ ଗୁରୁବାର ସବୁ ସରକାରୀ, ବେସରକାରୀ, ବ୍ୟାଙ୍କ ତଥା ବୀମା ପ୍ରତିଷ୍ଠାନ ବନ୍ଦ ରଖିବା ପାଇଁ ଘୋଷଣା କରାହେଲା ।
ଏହି ଆଲୋଚନାଚକ୍ରରେ ବିକ୍ରମାନନ୍ଦ ବହିଦାର, ନିଳମଣି ମିଶ୍ର, ତ୍ରିପୁରାରୀ ପାଣିଗ୍ରାହୀ, ବୁଲୁ ଦାନୀ, ଲୋଟସ ସଡଙ୍ଗି, ପ୍ରମୋଦ ମିଶ୍ର, ସରତ କୁମାର ହୋତା, ପୁଲିନ ମିଶ୍ର, ଭବାନୀ ଶତପଥି, ନିରୁପମା ଶତପଥି, ରବି ବହିଦାର, ବାସୁଦେବ ରଥ, ମଧୁସୁଦନ ନାୟକ, କୁନା ବାଗ, ପ୍ରଭାକର ମିଶ୍ର, ବିନୋଦ କାଲସାଏ ପ୍ରମୁଖ ତାଙ୍କ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ରିଲୁ ରଥ, ସନ୍ତୋଷ ସାହୁ, ବଲାଙ୍ଗିର ଯୁବ ଏକ୍ସନ କମିଟି ସଭାପତି ବିନୋଦ କାଲସାଏ, ରବି ଖମାରୀ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking