34.1 C
Bhubaneswar
Thursday, March 28, 2024
Homeଅପରାଧମାଇକ୍ରୋଫାଇନାନ୍ସ ବ୍ୟାଙ୍କ ଲୁଟ୍ ଘଟଣା : ୫ ଅଭିଯୁକ୍ତ କୋର୍ଟଚାଲାଣ

ମାଇକ୍ରୋଫାଇନାନ୍ସ ବ୍ୟାଙ୍କ ଲୁଟ୍ ଘଟଣା : ୫ ଅଭିଯୁକ୍ତ କୋର୍ଟଚାଲାଣ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଥିବା ମାଇକ୍ରୋଫାଇନାନ୍ସ ବ୍ୟାଙ୍କ ଲୁଟ ଘଟଣାରେ ପର୍ଦ୍ଦାଫାସ କରିଛି ଖଡ଼ିଆଳ ପୁଲିସ୍ । ଏହି ଘଟଣାରେ ସମ୍ପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଆଉ ଜଣେ ଏବେ ବି ଫେରାର୍ ଅଛି । ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତଙ୍କ ଠାରୁ ଲକ୍ଷାଧିକ ଟଙ୍କା, ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି । ଫେରାର ଅଭିଯୁକ୍ତକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ବିରଂଚି ପ୍ରସାଦ ଦେହୁରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଫେବୃୟାରୀ ୧ ତାରିଖ ୬ ଜଣ ଲୁଟେରା ଏସଏଚଜି ଋଣ କରିବା ବାହାନାରେ ଖଡ଼ିଆଳ ମାଇକ୍ରୋଫାଇନାନ୍ସ ବ୍ୟାଙ୍କ ଭିତରକୁ ଯାଇ ସେଠାକାର ସ୍ଥିତି ପରଖିଥିଲେ । ଏହାପରେ ସନ୍ଧ୍ୟାରେ ୨ ଜଣ ଲୁଟେରା ବାହାରେ ଥାଇ ୪ ଜଣ ଭିତରକୁ ପ୍ରବେଶ କରିଥିଲେ । ସେଠାରେ ମ୍ୟାନେଜରଙ୍କୁ ଆକ୍ରମଣ କରି ୩ଲକ୍ଷ ୩୪ହଜାର ଟଙ୍କା ଲୁଟି ନେଇଥିଲେ । ବ୍ୟାଙ୍କ ମ୍ୟାନେଜରଙ୍କୁ ଲୁହାରଡ ଏବଂ ଠେଙ୍ଗାରେ ବାଡେଇ ରକ୍ତାକ୍ତ କରି ୨ଟି ଫୋନ୍ ମଧ୍ୟ ଲୁଟିନେଇ ଚମ୍ପଟ ମାରିଥିଲେ । ଏବିଷୟରେ ବ୍ୟାଙ୍କ ମ୍ୟାନେଜର ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଲୁଟେରାଙ୍କୁ ଧରିବା ପାଇଁ ଆଇଆଇସି କୈଳାଶ ଚନ୍ଦ୍ର ସେଠି ଓ ଏସଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଛାନଭିନ୍ ଆରମ୍ଭ ହୋଇଥିଲା । ସପ୍ତାହେରୁ ଅଧିକ ତଦନ୍ତ ପରେ ୫ ଜଣ ଲୁଟେରାଙ୍କୁ ରାୟଗଡ଼ାର ମୁନିଗୁଡ଼ା ଓ ବଲାଙ୍ଗିରର ଟିଟିଲାଗଡ଼ରୁ ଗିରଫ କରିଥିଲେ । ହେଲେ ଜଣକୁ ଏପର୍ଯ୍ୟନ୍ତ ଧରାଯାଇପାରିନାହିଁ । ସେମାନଙ୍କଠାରୁ ଲୁଟ ଟଙ୍କା ମଧ୍ୟରୁ ୧ଲକ୍ଷ ୮୮ ହଜାର ଟଙ୍କା ଏବଂ ଗୋଟିଏ ମୋବାଇଲ ଜବତ କରିଥିବା ଏସଡିପିଓ ଶ୍ରୀ ଦେହୁରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking