29.1 C
Bhubaneswar
Tuesday, April 28, 2026
Homeଓଡିଶାଜାତୀୟ ରାଜପଥ କଡରୁ ମୃତଦେହ ଉଦ୍ଧାର

ଜାତୀୟ ରାଜପଥ କଡରୁ ମୃତଦେହ ଉଦ୍ଧାର

ସମ୍ବଲପୁର: ହୀରାକୁଦ ରେଳ ଷ୍ଟେସନର ବିପରୀତ ପାଶ୍ୱର୍ ୫୩ନଂ ଜାତୀୟ ରାଜପଥ କଡରେ ଏକ ଶବ ପଡିଥିବା ଦେଖାଯାଇଛି । ଶବ ନିକଟରେ ଚପଲ ପଡି ରହିଛି । ରେଳବାଇ ବିଭାଗର ହଲିଡେହୋମ ପାଶ୍ୱର୍ ବୁଦା ପାଖରେ ଶବଟି ପଡି ରହିଛି । ପଥଚାରୀଙ୍କ ପାଖରୁ ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପାରିପାଶ୍ୱିର୍କ ସ୍ଥିତି ଓ ପ୍ରାଥମିକ ତଦନ୍ତ ପରେ ଭିମସାର ବଡ ଡାକ୍ତରଖାନା ଶବ ବାହକ ଗାଡିରେ ଭିମସାର ଫାଣ୍ଡି ଶବାଗାରକୁ ନେଇଛି । ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ବୟସ ୫୦ରୁ ୫୫ ହୋଇଥିବା ଅନୁମାନ କରାଯାଉଛି । ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking