32.1 C
Bhubaneswar
Tuesday, April 28, 2026
Homeଓଡିଶାପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ

ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ

ବ୍ୟୁରୋ : ଆଜି ସକାଳେ ଘର ପଛପଟ ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ। ମାତ୍ର ତାଙ୍କ ବେକରେ ଏକ ଗାମୁଛାରେ ପଥର ବନ୍ଧା ହୋଇଥିଲା। ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ମହିଳାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି।
ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ହରପଡ଼ା ଗାଁରେ ଘଟିଛି। ମୃତ ମହିଳାଜଣଙ୍କ ସେହି ଗାଁର ମାନସ ରଞ୍ଜନ ଗୁଣ୍ଠ ଙ୍କ ପତ୍ନୀ ରିତାଞ୍ଜଳି ଗୁଣ୍ଠ। ରିତାଞ୍ଜାଳିଙ୍କ ମୃତଦେହକୁ ଗ୍ରାମବାସୀ ଉପରକୁ ଆଣିଥିବା ବେଳେ ତାଙ୍କ ବେକରେ ଗାମୁଛାରେ ପଥର ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କୁ ହତ୍ୟା କରି ପୋଖରୀକୁ ଫିଙ୍ଗି ଦିଆଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ମାନସ ଓ ରିତାଞ୍ଜଳିଙ୍କ ବିବାହକୁ ୨୫ ବର୍ଷ ହୋଇଥିବା ବେଳେ ପାରିବାରିକ କାରଣରୁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଗତକାଲି ସନ୍ଧ୍ୟାରେ ଘରେ ପାଟିତୁଣ୍ଡ ହୋଇଥିବା ବେଳେ ତା’ପରଠୁ ନିଖୋଜ ଥିଲେ ରିତାଞ୍ଜଳି । ଆଜି ସକାଳୁ ଘର ପଛପଟ ଗାଡିଆରେ ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ମହିଳାଙ୍କ ବାପ ଘର ଲୋକେ ସକାଳୁ ଆସି ହରପଡା ଗାଁରେ ପହଞ୍ଚି ଥିଲେ ପୁଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking