27.1 C
Bhubaneswar
Friday, June 28, 2024
Homeଓଡିଶାଡ୍ୟାମ୍ ରୁ ନବବିବାହିତ ଯୁବକଙ୍କ ଶବ ଉଦ୍ଧାର

ଡ୍ୟାମ୍ ରୁ ନବବିବାହିତ ଯୁବକଙ୍କ ଶବ ଉଦ୍ଧାର

ରିଆମାଳ: ରିଆମାଳ ଥାନା ଗୋହିରାଡ୍ୟାମ୍ ଜଳ ଭଣ୍ଡାରଠାରେ ଜଣେ ନବ ବିବାହିତ ଯୁବକର ଶବ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ କଂସର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି। ମୃତ ଯୁବକ ହେଉଛନ୍ତି ଦୁଧିଆନାଳୀ ବାଙ୍ଗଦର୍ହ ଗ୍ରାମର ବିଦ୍ୟାଧର ପ୍ରଧାନଙ୍କ ପୁଅ ବୁଦ୍ଧଦେବ ପ୍ରଧାନ (୨୬)। ଗତକାଲି ସନ୍ଧ୍ୟା ସମୟରେ ନିଜ ବାଇକ୍ ହୋଣ୍ଡା ଏମ୍.ପି. ୧୨୫ (ଗାଡ଼ି ନଂ -ଓଡି-୨୮-ବି-୦୬୮୬) ଯୋଗେ ଘରୁ ବାହାରି ଆସି ଆଉ ଫେରି ନ ଥିଲେ। ପରିବାର ଲୋକ ଖୋଜାଖୋଜି କରି ପାଇ ନ ଥିଲେ। ଆଜି ସକାଳୁ ଖବର ପାଇ ପରିବାର ଲୋକ ଆସି ଦେଖି ପୁଲିସକୁ ଜଣାଇ ଥିଲେ। ଘଟଣାସ୍ଥଳରୁ ବାଇକ ଜବତ ହୋଇଛି। ନିକଟରେ ସିଗାରେଟ, ଦିଆସିଲି, ପାଣି ବୋତଲ ଓ ମିକ୍ସଚର ପଡ଼ିଛି‌।

ଆଜକୁ ୪ ମାସ ତଳେ ବୁଦ୍ଧଦେବ ଦଲକରେ ବିବାହ କରିଥିଲେ। କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ଜଣା ପଡିନାହିଁ। ଘଟଣାସ୍ଥଳରେ ସେ ଏକା ଥିଲେ ନା ଆଉ କାହା ସହ ଆସିଥିଲେ, ତାହା ସ୍ପ‌ଷ୍ଟ ହୋଇନାହିଁ। ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking