22.1 C
Bhubaneswar
Wednesday, January 22, 2025
Homeଓଡିଶାବିଏମସି ନିର୍ବାଚନ ଚୂଡ଼ାନ୍ତ ତାଲିକା ପ୍ରକାଶିତ: ଶେଷ ଦିନରେ ଓହରିଲେ ୪୪ ପ୍ରାର୍ଥୀ, ମୋଟ ୫୨...

ବିଏମସି ନିର୍ବାଚନ ଚୂଡ଼ାନ୍ତ ତାଲିକା ପ୍ରକାଶିତ: ଶେଷ ଦିନରେ ଓହରିଲେ ୪୪ ପ୍ରାର୍ଥୀ, ମୋଟ ୫୨ ଅସଲ ଲଢ଼େଇରେ ୨୯୦ କର୍ପୋରେଟର ପ୍ରାର୍ଥୀ, ମେୟର ପ୍ରାର୍ଥୀ ସଂଖ୍ୟା ୧୨

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।  ମହାନଗର ନିଗମ ନିର୍ବାଚନ ପାଇଁ  ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ସୋମବାର ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ତାରିଖ ହୋଇଥିବାରୁ ଚୂଡ଼ାନ୍ତ ତାଲିକା ଉପରେ ସମସ୍ତଙ୍କର ନଜର ରହିଥିଲା । ଶେଷଦିନରେ ୪୪ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିବାବେଳେ ୨୯୦ ଜଣ କର୍ପୋରେଟର  ପ୍ରାର୍ଥୀ ମଙ୍ଗଳବାର ଠାରୁ ଅସଲ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି । ତେବେ କୌଣସି ମେୟର ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହର କରିନଥିବାରୁ ପ୍ରାର୍ଥୀଙ୍କ ସଂଖ୍ୟା ୧୨ରେ ସ୍ଥିର ରହିଛି । ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପରେ ୧୦ରୁ ୧୪ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା ।  ପ୍ରଥମ ଦିନରେ ୮ଜଣ କର୍ପୋରେଟର ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ । ୧୨ ଓ ୧୪ ତାରିଖ ଛୁଟିଦିନ ରହିଥିବାବେଳେ ପ୍ରତ୍ୟାହାର ପ୍ରକ୍ରିୟା ବନ୍ଦ ରହିଥିଲା । ଶେଷ ଦିନରେ ୪୪ଜଣ କର୍ପୋରେଟର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଏହାକୁ ମିଶାଇ ମୋଟ୍ ୫୨ଜଣ ପ୍ରାର୍ଥୀ ନିର୍ବାଚନରୁ ଓହରି ଯାଇଛନ୍ତି । ତେବେ ମେୟର ପ୍ରାର୍ଥୀଙ୍କ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ ।  ଚଳିତ ନିର୍ବାଚନରେ ୬୭ଟି ୱାର୍ଡ ପାଇଁ ମୋଟ ୩୪୩ ଜଣ ନାମାଙ୍କନ ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ଖାରଜ ହୋଇ ଯାଇଥିଲା । ବାକି ୩୪୨ଜଣଙ୍କ ମଧ୍ୟରୁ ଏବେ ୫୨ଜଣଙ୍କୁ ବାଦ୍ ଦେବାପରେ ଆଉ ୨୯୦ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇବା ସ୍ପଷ୍ଟ ହୋଇ ଯାଇଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବା ଆଶାୟୀଙ୍କ ମଧ୍ୟରେ ରହିଛନ୍ତି, ୱାର୍ଡ ନଂ ୩ରୁ ସସ୍ମିତା ସେଠୀ, ୫ରୁ ବିଜୟଲକ୍ଷ୍ମୀ ରାଉତ, ୭ରୁ ସୁଶିଲ କୁମାର ପଣ୍ଡା, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ଇଶ୍ୱର ଚନ୍ଦ୍ର ସ୍ୱାଇଁ ଏବଂ ସ୍ୱଣ୍ର୍ଣପ୍ରଭା ରାୟ, ୧୦ରୁ ସ୍ୱାଗତିକା ରାଉତ, ଦିଲ୍ଲୀପ କୁମାର ନାୟକ, ୧୧ରୁ ସ୍ମରଣିକା ମହାନ୍ତି, ରଶ୍ମୀତା ମହାନ୍ତି, ୧୨ରୁ ସସ୍ମତା ସେଠୀ, ୧୩ରୁ ଶ୍ରଦ୍ଧାଞ୍ଜଳି ମଲ୍ଲିକ, ରଞ୍ଜିତା ସେଠୀ ଓ ତପସ୍ୱିନୀ ଦାସ, ୧୪ରୁ ମିନିରାଣି ସିଂ, ସନ୍ଧ୍ୟାରାଣୀ ମଲ୍ଲିକ ଏବଂ ରେବତୀ ସ, ୧୬ରୁ ଚେ?ଧୁରୀ ବିକାଶ ଦାସ, ଅକ୍ଷୟ କୁମାର ବେହେରା ଏବଂ ପ୍ରଶାନ୍ତ କୁମାର ସ୍ୱାଇଁ ୧୭ରୁ ଦିପ୍ତୀରେଖା ପାଇକରାୟ, ସୁସ୍ମିତା ଦାସ ଏବଂ ବିଜୟିନି ବେହେରା, ୧୮ରୁ ଧିରେନ୍ଦ୍ର କୁମାର ବେହେରା, ୧୯ରୁ ପୁନମ୍ ପରିଡ଼ା, ଜ୍ୟୋତ୍ସାରାଣୀ ରାଉତରାୟ, ୨୦ରୁ ଗଦାଧର ପ୍ରଧାନ, ପ୍ରସନ୍ନ କୁମାର ସାହୁ, ୨୨ରୁ ଦ୍ରୌପଦୀ ମଣିସିଂ, ୨୫ରୁ ଅକ୍ଷୟ କୁମାର ବାରିକ, ୨୭ରୁ ବସନ୍ତ କୁମାର ପ୍ରଧାନ, ଅକ୍ଷୟ କୁମାର ମହାନ୍ତି, ୨୯ରୁ ଶେଖ୍ ନିଜାମ ଉଦ୍ଦିନ୍‌, ୩୦ରୁ ନିହାର ରଞ୍ଜନ ପତି, ୩୬ରୁ ଦେବାଶିଷ୍ ସିଟ୍ , ୩୮ରୁ ପ୍ରଣତୀ ମିଶ୍ର, ରାଜଶ୍ରୀ ମହାନ୍ତି, ୩୯ରୁ ପ୍ରତିଭା ସାମନ୍ତରାୟ, ୪୧ରୁ ମମତା ସାହୁ, ଗାୟତ୍ରୀ ପଣ୍ଡା, ୪୫ରୁ ପ୍ରଶାନ୍ତ କୁମାର ନାୟକ, ୪୮ରୁ ଜ୍ୟୋତିମୟୀ ସାହୁ, ସ୍ମିତାରାଣୀ ମହାନ୍ତି, ୫୨ରୁ ଚିନ୍ମୟ କୁମାର ମାଝୀ, ୫୩ରୁ ବନଶ୍ରୀ ଦାସ, ୫୯ରୁ ଲିଙ୍ଗରାଜ ମହାନ୍ତି, ୬୩ରୁ ଲକ୍ଷ୍ମୀପ୍ରିୟା ମହାନ୍ତି, ୬୫ରୁ ଦିପ୍ତୀମୟୀ ପାଟ୍ଟଶାଣୀ, ସସ୍ମିତା ପାତ୍ର, କିଶୋରୀ ମୋହନ ପଟ୍ଟାନାୟକ ଏବଂ ୬୭ରୁ ଗୀତାରାଣୀ ରଥ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking