27.1 C
Bhubaneswar
Wednesday, January 22, 2025
Homeଓଡିଶାବିଏମସି ନିର୍ବାଚନ: ଆଜି ଭୋଟ୍ ଗଣତି

ବିଏମସି ନିର୍ବାଚନ: ଆଜି ଭୋଟ୍ ଗଣତି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ ମତଦାନ ସମାପ୍ତ ହୋଇଥିବାବେଳେ କେବଳ ଫଳାଫଳକୁ ଅପେକ୍ଷା ରହିଛି । ଏପଟେ ଫଳାଫଳ ନ ବାହାରିବା ପର୍ଯ୍ୟନ୍ତ ଆଶା ଓ ଆଶଙ୍କାରେ ପ୍ରାର୍ଥୀ ରହିଛନ୍ତି । କିଏ ପିନ୍ଧିବ ବିଜୟ ମୁକୁଟ କାହାକୁ ହେବାକୁ ପଡ଼ିବ ନିରାଶ ତାହା ଶନିବାର ସ୍ପଷ୍ଟ ହେବ । ଏନେଇ ଉଭୟ ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳଛି । ଭୋଟ ଗ୍ରହଣ ପରେ ବିଏମ୍‌ସିର ୬୭ଟି ୱାର୍ଡ ପାଇଁ ୨୮୯ଜଣ କର୍ପୋରେଟର ଓ ୧୨ଜଣ ମେୟର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇ ରହିଛି ।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁୟାୟୀ ସକାଳ ୮ଟା ରୁ ଭୋଟ୍ ଗଣତି ଆରମ୍ଭ ହେବ । ବିଜେବି କଲେଜ ଷ୍ଟ୍ରଙ୍ଗ ରୁମରେ ୪ଟି ହଲରେ କର୍ପୋରେଟର ଏବଂ ମେୟରଙ୍କ ପାଇଁ ୨୪ଟି ଲେଖାଏ ଟେବୁଲରେ ଗଣତି କରାଯିବ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ନିୟମିତ ବ୍ୟବଧାନରେ ଭୋଟ ଗଣତି ସମ୍ପର୍କିତ ସମସ୍ତ ସୂଚନା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେବାପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ, କପୋର୍ରେଟର ଓ ମେୟର ପଦବୀ ପାଇଁ ଦୁଇଟି ପୃଥକ ପୃଥକ ଏଲଇଡି ବା ପ୍ରୋଜେକ୍ଟର ବ୍ୟବସ୍ଥା କରାଯାଇଥିବା ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking